ନୂଆଦିଲ୍ଲୀ: ମାର୍ଚ୍ଚ ୨୮ରୁ ଆଇପିଏଲ ୨୦୨୬ ସଂସ୍କରଣ ଆରମ୍ଭ ହୋଇଯିବ । ଏହି ସଂସ୍କରଣରେ ଅନେକ ନୂଆ ରେକର୍ଡ ସୃଷ୍ଟି ହେବା ସମ୍ଭାବନା ରହିଛି । ତେବେ ଆଇପିଏଲ ଇତିହାସର ୬ଟି ରେକର୍ଡ ଭାଙ୍ଗିବା ଏତେଟା ସହଜ ନୁହେଁ । ଆସନ୍ତୁ ନଜର ପକାଇବା ଏହି ସବୁ ରେକର୍ଡ ଉପରେ । ଭାରତର ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି ଆଇପିଏଲର ଗୋଟିଏ ସିଜନରେ ସର୍ବାଧିକ ରନ ସଂଗ୍ରହ କରିବା ରେକର୍ଡ ବହନ କରିଛନ୍ତି । ସେ ୨୦୧୬ରେ ୯୭୩ ରନ ସଂଗ୍ରହ କରିଥିଲେ । ଯାହା ଏବେ ବି ଅତୁଟ ରହିଛି । ସବୁଠାରୁ କମ ବୟସରେ ବୈଭବ ସୂର୍ଯ୍ୟବଂଶୀ ଶତକ ହାସଲ କରିଛନ୍ତି । ୨୦୨୫ରେ ସେ ମାତ୍ର ୧୪ ବର୍ଷ ବୟସରେ ଏହି ସପଳତା ହାସଲ କରିଛନ୍ତି ।
ୱେଷ୍ଟଇଣ୍ଡିଜର ଦୁର୍ଦ୍ଦଷ ବ୍ୟାଟ୍ସମ୍ୟାନ କ୍ରିସ ଗେଲଙ୍କ ନାମରେ ସବୁଠାରୁ ବଡ ସ୍କୋର ରହିଛି । ସେ ଆରସିବି ପକ୍ଷରୁ ଖେଳୁଥିବା ବେଳେ ଗୋଟିଏ ଇନିଂସରେ ୧୭୫ ରନ କରିଥିଲେ । ପଞ୍ଜାବ କିଙ୍ଗସ ଆଇପିଏଲରେ ୨୬୨ ରନ ଚେଜ କରି ରେକର୍ଡ କରିଛି । କେକେଆର ବିପକ୍ଷରେ ଏହି କୀର୍ତିମାନ ସ୍ଥାପନ ହୋଇଥିଲା । ସେହିପରି କେକେଆର ବିପକ୍ଷରେ ଆରସିବି ଆଇପିଏଲ ଇତିହାସର ସର୍ବନିମ୍ନ ସ୍କୋର ୪୯ ସଂଗ୍ରହ କରିଛି । ଏହା ମଧ୍ୟ ଅତୁଟ ରହିଛି । ଆଇପିଏଲରେ ଗୋଟିଏ ଓଭରରେ ସର୍ବାଧିକ ୩୭ ରନ ସଂଗ୍ରହ କରିଛି । ସବୁ ରେକର୍ଡ ଭାଙ୍ଗିବା ସମ୍ଭବପର ହୋଇଥିଲେ ମଧ୍ୟ ବେଳେ ବେଳେ ଏହା ଏତେଟା ସହଜ ହୁଏନି । ଦେଖାଯାଏ ୨୦୨୬ରେ କେଉଁ ରେକର୍ଡ ଭାଙ୍ଗୁଛି ।