Latest Odisha News

ଜଙ୍ଗଲରୁ ମିଳିଲା ନାବାଳିକାର କଙ୍କାଳ, ହତ୍ୟା ଅଭିଯୋଗ

ଗଞ୍ଜାମ: ମିଳିଲା ଜବତ କଙ୍କାଳର ପରିଚୟ । କଙ୍କାଳଟି ଜଣେ ନାବାଳିକାର ହୋଇଥିବା ବେଳେ ଗତ କିଛି ଦିନ ଧରି ନାବାଳିକା ଜଣଙ୍କ ନିଖୋଜ ଥିଲେ । ତେବେ କେହି ଜଣେ ନାବାଳିକାଙ୍କୁ ହତ୍ୟା କରି ଜଙ୍ଗଲରେ ଫୋପାଡି ଦେଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକ । ଗତକାଲି ଗଞ୍ଜାମ ସୋରଡ଼ା ଥାନା ଗାଜଲବାଡ଼ି କେଟାମଣି ପାହାଡ ନିକଟ ଜଙ୍ଗଲରୁ ଏକ ନର କଙ୍କାଳ ଉଦ୍ଧାର କରିଥିଲା ପୋଲିସ ।

ସୂଚନା ଅନୁସାରେ, ଗତକାଲି ଗଞ୍ଜାମ ସୋରଡ଼ା ଥାନା ଗାଜଲବାଡ଼ି କେଟାମଣି ପାହାଡ ନିକଟ ଜଙ୍ଗଲରୁ ଏକ ନର କଙ୍କାଳ ପଡିଥିବା ନେଇ ଦେଖିଥିଲେ ସ୍ଥାନୀୟ ଲୋକେ । ସଙ୍ଗେ ସଙ୍ଗେ ଏନେଇ ପୋଲିସକୁ ଖବର ଦେଇଥିଲେ ଲୋକମାନେ । ଖବର ପାଇ ଘଟଣାସ୍ଥଳରେ ପହଞ୍ଚି କଙ୍କାଳ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଥିଲା ପୋଲିସ । କଙ୍କାଳ ପାଖରୁ ମୋବାଇଲ୍, ପ୍ୟାଣ୍ଟ୍, ମାଳି ଆଦି ମଧ୍ୟ ଉଦ୍ଧାର କରିଥିଲା ସୋରଡ଼ା ପୋଲିସ ।

ଆଜି ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ ଚଳାଇଛି । ତଦନ୍ତ ବେଳେ କଙ୍କାଳଟି ଜଣେ ନାବାଳିକାର ବୋଲି ପୋଲିସକୁ  ଜଣାପଡିଛି । ନାବାଳିକାର ଘର ଟିକାବାଲି ଅଞ୍ଚଳରେ ହୋଇଥିବା ବେଳେ ଗତ ଫେବୃଆରୀ ୨୭ ତାରିଖରୁ ସେ ନିଖୋଜ ଥିଲେ । ସେଦିନ ଟ୍ୟୁସନ୍‌ ଯାଇ ଆଉ ଘରକୁ ଫେରି ନଥିଲେ ଉକ୍ତ ନାବାଳିକା ଜଣଙ୍କ। ଅନେକ ଖୋଜାଖୋଜି ପରେ ମଧ୍ୟ ଝିଅର କୌଣସି ଖବର ନମିଳିବାରୁ ପରିବାର ଲୋକେ ଟିକାବାଲି ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ଅନୁସାରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ତଦନ୍ତ ବେଳେ ଗତକାଲି କେଟାମଣି ପାହାଡ ନିକଟ ଜଙ୍ଗଲରୁ ଏକ କଙ୍କାଳ ବିଷୟରେ ପୋଲିସ ସୂଚନା ପାଇଥିଲା ।

Comments are closed.