Latest Odisha News

BREAKING NEWS

ଓଜନ କମାଇବା ପାଇଁ ଖୁବ କଷ୍ଟ କରିଥିଲେ ଭିନେଶ; ନଖ, କେଶ ଓ ରକ୍ତ ବାହାର…

ପ୍ୟାରିସ: ମହିଳା ରେସଲର ଭିନେଶ ଫୋଗଟ ଅଯୋଗ୍ୟ ଘୋଷିତ ହେବା ସମସ୍ତଙ୍କୁ ନିରାଶ କରିଛି। ଏଥିସହିତ କୋଟିକୋଟି ଭାରତୀୟଙ୍କ ଆଶା ମଧ୍ଯ ମଉଳି ଯାଇଛି।

ସୂଚନା ଅନୁଯାୟୀ, ମଙ୍ଗଳବାର ରାତିରେ ଭିନେଶ ଫୋଗଟଙ୍କ ଓଜନ ୨ କିଲୋଗ୍ରାମ ଅଧିକ ଥିଲା ଏବଂ ଏହାକୁ ହ୍ରାସ କରିବା ପାଇଁ ସେ କଠିନ ପରିଶ୍ରମ ମଧ୍ଯ କରିଥିଲେ।

 

 

ସ୍ପୋର୍ଟସ୍ ଷ୍ଟାରର ରିପୋର୍ଟ ଅନୁଯାୟୀ, ଭିନେଶ ଫୋଗଟ୍ ଓଜନ ହ୍ରାସ କରିବା ପାଇଁ ସାଇକେଲ ଚଳାଇଥିଲେ, ସେ ସ୍କିପିଂ ମଧ୍ଯ କରିଥିଲେ। କେବଳ ଏତିକି ନୁହେଁ, ଏହି ଖେଳାଳୀ ତାଙ୍କ କେଶ ଏବଂ ନଖ ମଧ୍ୟ କାଟିଛନ୍ତି। ଏହି ଖେଳାଳୀ ତାଙ୍କ ରକ୍ତ କାଢିଥିବା ସତ୍ତ୍ବେ ସେ ମାତ୍ର ୫୦ କିଲୋ ୧୫୦ ଗ୍ରାମରେ ପହଞ୍ଚି ପାରିଥିଲେ। ଘଣ୍ଟାଘଣ୍ଟା ଧରି ସୋନା ରୁମରେ ବସି ରହିଥିଲେ।

ସୂଚନା ଅନୁସାରେ ମଙ୍ଗଳ ବାର ରାତିରେ ମହିଳା କୁସ୍ତିଯୋଦ୍ଧା ଭିନେଶ ଫୋଗଟଙ୍କ ଓଜନ ୨ କିଲୋ ଅଧିକ ଥିଲା। ଯାହାକୁ କମ୍ କରିବା ପାଇଁ ସେ ଅନେକ ଚେଷ୍ଟା କରିଥିଲେ।

ତେବେ ଅଯୋଗ୍ୟ ଘୋଷଣା ପରେ ସେ ହଠାତ୍‌ ଅସୁସ୍ଥ ହୋଇ ପଡିଥିଲେ। ଚେତାଶୂନ୍ୟ ହୋଇ ମୁଣ୍ଡ ବୁଲାଇ ପଡିଯିବାରୁ ତାଙ୍କୁ ପ୍ୟାରିସରେ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଏହାପରେ ତାଙ୍କର ଏକ ଫଟୋ ଭାଇରାଲ ହୋଇଛି।

Comments are closed.