Latest Odisha News

BREAKING NEWS

ଆଫଗାନିସ୍ତାନ ସମ୍ମୁଖରେ ୨୪୨ ରନର ଲକ୍ଷ୍ୟ ରଖିଲା ଶ୍ରୀଲଙ୍କା

ପୁଣେ: ଚଳିତ ଦିନିକିଆ ବିଶ୍ୱକପ କ୍ରିକେଟରେ ସୋମବାର ପ୍ରଥମେ ବ୍ୟାଟିଂ କରି ଶ୍ରୀଲଙ୍କା ୨୪୨ ରନର ଲକ୍ଷ୍ୟ ଆଫଗାନିସ୍ତାନ ସମ୍ମୁଖରେ ରଖିଛି । ଶ୍ରୀଲଙ୍କା ୪୯.୩ ଓଭରରେ ୨୪୧ ରନ କରି ଅଲଆଉଟ ହୋଇଯାଇଥିଲା । କୌଣସି ବ୍ୟାଟ୍ସମ୍ୟାନ ବଡ ସ୍କୋର କରିବାରେ ସଫଳ ହୋଇ ନ ଥିଲେ । କୁଶଳ ମେଣ୍ଡିସ ୩୯ ଓ ସଦୀରା ସମରବିକ୍ରମା ୩୬ ରନର ଯୋଗଦାନ ଦେଇଥିଲେ । ଆଫଗାନିସ୍ତାନ ପକ୍ଷରୁ ଫଜଲହକ ଫାରୁକୀ ସର୍ବାଧିକ ୪ଟି ୱିକେଟ ନେଇଥିଲେ । ମୁଜୀବ ଉର ରହେମାନ ୨ଟି ଏବଂ ଅଜମତୁଲ୍ଲାହ ଓ ରଶିଦ ଖାଁ ଗୋଟିଏ ଲେଖାଁଏ ୱିକେଟ ଅକ୍ତିଆର କରିଥିଲେ । ଆଫଗାନିସ୍ତାନ ଟସ ଜିତି ପ୍ରଥମେ ଫିଲ୍ଡିଂ କରିବା ପାଇଁ ନିଷ୍ପତି ନେଇଥିଲା ।

ଆଫଗାନିସ୍ତାନ ଓ ଶ୍ରୀଲଙ୍କ। ୫ଟି ଲେଖାଁଏ ମ୍ୟାଚ ଖେଳି ୪ପଂଏଟ ହାସଲ କରିଛନ୍ତି । ଏବେ ବି ଉଭୟ ଟିମ ନିକଟରେ ସେମିଫାଇନାଲ ପ୍ରବେଶ ଆଶା ଉଜ୍ଜୀବୀତ ରହିଥିବାରୁ ମ୍ୟାଚ ସଂଘର୍ଷପୂର୍ଣ୍ଣ ହେବ ବୋଲି ଆଶା କରାଯାଉଛି । ଇଂଲଣ୍ଡକୁ ହରାଇ ଭାରତ କ୍ରମାଗତ ୬ ମ୍ୟାଚରେ ବିଜୟ ହାସଲ କର ପଂଏଟ ଟେବୁଲରେ ଶୀର୍ଷରେ ରହିଛି । ରଶିଦ ଖାଁଙ୍କ ଏହା ୧୦୦ତମ ଆନ୍ତର୍ଜାତୀୟ ମ୍ୟାଚ ହୋଇଥିବାରୁ ସେ ଏହାକୁ ସ୍ମରଣୀୟ କରିବା ପାଇଁ ଚାହିଁବେ ।

Comments are closed.