ଇନ୍ଦୋର: ଉଭୟ ବ୍ୟାଟିଂ ଓ ବୋଲିଂରେ ଉନ୍ନତ ଖେଳ ପ୍ରଦର୍ଶନ କରି ଭାରତ ଶ୍ରୀଲଙ୍କାକୁ ୨ୟ ଟି-୨୦ ମ୍ୟାଚରେ ପରାସ୍ତ କରିଛି । ଶ୍ରୀଲଙ୍କାର ୧୪୨ ରନ ଜବାବରେ ଟିମ୍ ଇଣ୍ଡିଆ ୧୭.୩ ଓଭରରେ ୩ଟି ୱିକେଟ ବିନିମୟରେ ୧୪୪ ରନ ସ୍କୋର କରି ବିଜୟ ହାସଲ କରିଛି ।
A clinical performance by #TeamIndia in Indore.
Will the boys clinch the series in Pune? #INDvSL pic.twitter.com/6Hm0jPVYC1
— BCCI (@BCCI) January 7, 2020
ଭାରତୀୟ ଓପନର୍ ରାହୁଲ୍ ୪୫ ଓ ଶିଖର ଧାୱନଙ୍କ ଉପଯୋଗୀ ୩୨ ରନ ସହାୟତାରେ ଦଳ ଏକ ମଜବୁତ ସ୍ଥିତିରେ ପହଞ୍ଚିଥିଲା । ୨୬ଟି ବଲରେ ଆୟାର୍ ୩୪ ରନ ଏବଂ ୧୭ଟି ବଲରେ କୋହଲୀଙ୍କ ଆକର୍ଷଣୀୟ ୩୦ ରନ ବଳରେ ଭାରତୀୟ ଦଳ ସହଜରେ ଏହି ମ୍ୟାଚଟି ଶ୍ରୀଲଙ୍କାଠୁ ଛଡ଼ାଇ ଆଣିପାରିଛି ।
ଭାରତୀୟ ବୋଲର୍ ନବଦୀପ ସାଇନିଙ୍କୁ ପ୍ଲେୟାର୍ ଅଫ ଦି ମ୍ୟାଚ ପୁରସ୍କାର ପ୍ରଦାନ କରାଯାଇଛି ।
ଆସନ୍ତା ୧୦ ତାରିଖରେ ପୁଣେଠାରେ ୩ୟ ଟି-୨୦ ମ୍ୟାଚ୍ ଅନୁଷ୍ଠିତ ହେବ ।
Comments are closed.