Latest Odisha News

ଶୋଇବା ପ୍ରତିଯୋଗିତା, ପୁରସ୍କାର ରାଶି ଶୁଣିିଲେ ହେବେ ଆଶ୍ଚର୍ଯ୍ୟ

ୟୁରୋପ: ଦୁନିଆରେ ଅନେକ ପ୍ରତିଯୋଗିତା ଆୟୋଜିତ ହୋଇଥାଏ । ଆଉ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ ମଧ୍ୟ କରାଯାଏ । କିନ୍ତୁ ଶୋଇବା ପାଇଁ ଯେ, ପ୍ରତିଯୋଗିତା ଆୟୋଜନ ହେଉଛି, ତାହା କେବେ ଶୁଣିଛନ୍ତି ? ହେଲେ ୟୁରୋପର ଏକ ଗ୍ରାମରେ ଏଭଳି ଏକ ପ୍ରତିଯୋଗିତା ଅନୁଷ୍ଠିତ ହେଉଛି, ଯେଉଁଠାରେ ପ୍ରତିଯୋଗୀମାନଙ୍କୁ କେବଳ ଶୋଇବାକୁ ପଡ଼ିବ । ତାହା ପୁଣି ଘଣ୍ଟେ କି ୫ ଘଣ୍ଟା ନୁହେଁ ବରଂ ୨୦ ଘଣ୍ଟା ଧରି ଶୋଇବାକୁ ହେବ । ଆଉ ଏହାର ପୁରସ୍କାର ରାଶି ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।

ୟୁରୋପର ଉତ୍ତର ମୋଣ୍ଟେନେଗ୍ରୋର ବ୍ରଜନା ରିସର୍ଟ ଗ୍ରାମରେ ଏହି ଅଜବ ପ୍ରତିଯୋଗିତା ଆୟୋଜିତ ହୋଇଛି । ଏହି ପ୍ରତିଯୋଗିତା ପ୍ରତିବର୍ଷ ଆୟୋଜନ କରାଯାଇଥାଏ । ତାହା ପୁଣି ମାସ ମାସ ଧରି ଚାଲିଥାଏ । ଲୋକମାନେ ବିଜୟୀ ହେବା ପାଇଁ ବେଡ୍‌ରେ ଶୋଇରୁହନ୍ତି । ଏଥର ମଧ୍ୟ ୨୦ ଦିନ ଅତିବାହିତ ହୋଇଛି ଏବଂ ୭ ପ୍ରତିଯୋଗୀଙ୍କ ମଧ୍ୟରୁ କେହି କାହାକୁ ଶୋଇବାରେ ଛାଡ଼ିବାକୁ ପ୍ରସ୍ତୁତ ନୁହଁ । ଗତ ବର୍ଷ ୧୧୭ ଘଣ୍ଟାର ରେକର୍ଡ ଭାଙ୍ଗି ଯାଇଥିଲା । ଚଳିତବର୍ଷ ଏହି ରେକର୍ଡ ଭାଙ୍ଗିବାକୁ ସମସ୍ତ ପ୍ରତିଯୋଗୀ ଚେଷ୍ଟା ଚଳାଇଛନ୍ତି ।

ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରୁଥିବା ଲୋକଙ୍କର ମୋବାଇଲ.ଲାପଟପ, ଖାଇବା, ପିଇବା, ଅଧ୍ୟୟନ ଏବଂ ବ୍ୟବହାର କରିବାର ସ୍ୱାଧୀନତା ରହିଛି । ତଥାପି ସେମାନଙ୍କୁ ଶୋଇବା ସମୟରେ ସମସ୍ତ କାର୍ଯ୍ୟ କରିବାକୁ ପଡ଼ିବ । ପ୍ରତିଯୋଗିତାରେ ଉଠିବା, ବସିବା ଏବଂ ଠିଆ ହେବା ନିୟମର ଉଲ୍ଲଂଘନ ବୋଲି ଧରାଯାଏ । ପ୍ରତି ୮ ଘଣ୍ଟାରେ ପ୍ରତିଯୋଗୀମାନଙ୍କୁ ୧୦ ମିନିଟ୍‌ର ବିରତି ଦିଆଯାଏ । ଏହି ପ୍ରତିଯୋଗିତା ଗତ ୧୨ ବର୍ଷ ଧରି ଚାଲିଆସୁଛି । ବିଜେତାଙ୍କୁ ୧,୦୭୦ ଡଲାର ପୁରସ୍କାର ପ୍ରଦାନ କରାଯିବ ଯାହାକି ଭାରତୀୟ ମୁଦ୍ରାରେ ପ୍ରାୟ ୮୯୦୦୦ ଟଙ୍କା ।

Comments are closed.