Latest Odisha News

BREAKING NEWS

ସ୍ଲୋଭେନିଆ ପ୍ରଥମ ୟୁରୋପୀୟ ଦେଶ ଭାବେ କରୋନା ମୁକ୍ତ ହେଲା

ଲିଜୁବଲିଜାନା: ସ୍ଲୋଭେନିଆ ପ୍ରଥମ ୟୁରୋପୀୟ ଦେଶ ଭାବେ କରୋନା ମହାମାରୀକୁ ମାତ୍ ଦେବାରେ ସଫଳ ହୋଇଛି । ସ୍ଥାନୀୟ ସରକାର ଘୋଷଣା କରି କହିଛନ୍ତି କରୋନା ଏବେ ସମ୍ପୂର୍ଣ୍ଣ ନିୟନ୍ତ୍ରଣରେ ରହିଛି । ସ୍ୱତନ୍ତ୍ର ସ୍ୱାସ୍ଥ୍ୟାବସ୍ଥାର ଆବଶ୍ୟକତା ନାହିଁ । ଅଷ୍ଟ୍ରିଆ, ଇଟାଲୀ ଓ ହଙ୍ଗେରୀ ଲୋକେ ଚାହିଁଲେ ସ୍ଲୋଭେନିଆ ଆସି ପାରିବେ ।

ତେବେ ଯେଉଁମାନେ ୟୁରେପୀୟ ସଂଘର ସଦସ୍ୟ ନୁହନ୍ତି ସେମାନଙ୍କୁ ୧୪ ଦିନ କ୍ୱାରେଂଟାଇନରେ ରଖାଯିବ । ୧୩ ମେ ସୁଦ୍ଧା ସ୍ଲୋଭେନିଆରେ ୧୪୬୭ କରୋନା ପଜିଟିଭ କେସ୍ ଥିବା ବେଳେ ୧୦୩ ଲୋକଙ୍କ ମୃତ୍ୟୁ ହୋଇଥିଲା । ୨୦ ଏପ୍ରିଲ ପରଠାରୁ ଲକଡାଉନରେ ନିୟମ କୋହଳ କରାଯିବା ଆରମ୍ଭ ହୋଇଥିଲା ।

Leave A Reply

Your email address will not be published.