Latest Odisha News

BREAKING NEWS

୮ଟି ଶିଳ୍ପ ପ୍ରକଳ୍ପକୁ ରାଜ୍ୟସ୍ତରୀୟ ସିଙ୍ଗଲ୍ ୱିଣ୍ଡୋ କ୍ଲିଅରାନ୍ସ କମିଟିର ମଞ୍ଜୁରୀ, ୩୧୫୩ ଜଣଙ୍କୁ ମିଳିବ ନିଯୁକ୍ତି

ଭୁବନେଶ୍ୱର: ରାଜ୍ୟ ସ୍ତରୀୟ ସିଙ୍ଗଲ ୱିଣ୍ଡୋ କ୍ଲିଅରାନ୍ସ କମିଟି ୧୨୪୨ କୋଟିର ୮ଟି ନୂଆ ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରି ଦେଇଛି । ୮ଟି ଶିଳ୍ପରେ ୩୧୩୫ ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିବ । ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଡିଜିଟାଲ୍ ମୋଡରେ ବସିଥିବା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।

BjdElectrycity

ସୁନ୍ଦରଗଡ଼ କଲୁଙ୍ଗାରେ ଲୌହଗୁଣ୍ଡ ପ୍ଲାଣ୍ଟ ହେବ । ଏଥିରେ ୪୩୦ ଜଣ ନିଯୁକ୍ତି ପାଇବେ । ୩ ହଜାର କୋଟି ଟନ୍‌ କ୍ଷମତାର ପ୍ଲାଣ୍ଟରେ ନିବେଶ ହେବ ୬୭.୮୩ କୋଟି ଟଙ୍କା । ଖୋର୍ଦ୍ଧାରେ ହେବ ଓରିକନ୍‌ ଖାଦ୍ୟ ଓ ପାନୀୟ ଶିଳ୍ପୋଦ୍ୟୋଗ । ଏଥିରେ ୧୨୦ କୋଟି ନିବେଶ ହେବ । ୧୧୦ ଜଣଙ୍କୁ ନିଯୁକ୍ତି ମିଳିବ । ସେହିଭଳି ଖୋର୍ଦ୍ଧାର ଇନ୍‌ଫୋ ଭ୍ୟାଲିରେ ହେବ ସୌର ପ୍ୟାନେଲ ଓ ବ୍ୟାଟେରି ଶିଳ୍ପ । ଏଥିରେ ୬୭.୫୦ କୋଟି ନିବେଶ ହେବାକୁ ଥିବାବେଳେ ୬୮୦ ଜଣଙ୍କୁ ନିଯୁକ୍ତି ମିଳିବ ।

କଟକ ଚୌଦ୍ୱାର-ଟାଙ୍ଗୀରେ ଲଜିଷ୍ଟିକ ପାର୍କ ହେବ । ଏଥିରେ ୧୪୦ କୋଟି ଟଙ୍କା ନିବେଶ ହେବାକୁ ଥିବାବେଳେ ୧୧୦ ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିବ । ପୁରୀ ଜିଲ୍ଲା କୃଷ୍ଣପ୍ରସାଦରେ ଆଇଆରଇଏଲ୍ ପକ୍ଷରୁ ୪୬୦ କୋଟି ଟଙ୍କା ବିନିଯୋଗରେ ଇଣ୍ଟିଗ୍ରେଟେଡ୍ ହେଭି ବିଚ୍ ସାଣ୍ଡ୍ସ ପ୍ରକଳ୍ପ ହେବ । ଏଥିରେ ୮୦୦ ଜଣଙ୍କୁ ନିଯୁକ୍ତି ମିଳିବ । ପୁରୀରେ ପ୍ରଭାତ ହସ୍ପିଟାଲିଟି ପକ୍ଷରୁ ୫ ତାରକା ହୋଟେଲ୍ ନିର୍ମାଣ ହେବ । ୧୩୫.୬୯ କୋଟି ଟଙ୍କା ପୁଞ୍ଜିନିବେଶ ହେବାକୁ ଥିବାବେଳେ ଏଠାରେ ୩୫୦ ଜଣଙ୍କୁ ନିଯୁକ୍ତି ମିଳିବ ।

ସେହିଭଳି ପୁରୀରେ ୫ ତାରକା ଲକଜୁରୀ ରିସୋର୍ଟ ନିର୍ମାଣ କରିବ ସ୍ୱସ୍ତି ପ୍ରିମିୟମ୍ । ଏଥିରେ ୧୩୪ କୋଟି ଟଙ୍କା ନିବେଶ ହେବାକୁ ଥିବାବେଳେ ୩୧୦ ଜଣ ଚାକିରି ପାଇବେ । ଭୁବନେଶ୍ୱରରେ ହୋଟେଲ ଇଡେନ୍ ଆରଓସି ୪ ତାରକା ହୋଟେଲ ନିର୍ମାଣ କରିବ । ଏଥିରେ ୧୧୭ କୋଟି ଟଙ୍କା ନିବେଶ ହେବାକୁ ଥିବାବେଳେ ୩୪୫ ଜଣଙ୍କୁ ନିଯୁକ୍ତି ମିଳିବ ।

Leave A Reply

Your email address will not be published.