Latest Odisha News

BREAKING NEWS

ବଜାରକୁ ଆସିବ ସ୍ମାର୍ଟ ଫେସ୍ ମାସ୍କ; କରିହେବ ଫୋନ୍ କଲ୍‌ !

ଜାପାନ: କରୋନାଭାଇରସ୍‌କୁ ନେଇ ଅସ୍ତବ୍ୟସ୍ତ ଜନଜୀବନ । ଏପରି ସ୍ଥିତିରେ ଖୁବ ଶୀଘ୍ର ବଜାରକୁ ଆସିବ ସ୍ମାର୍ଟ ଫେସ୍ ମାସ୍କ । ଯେଉଁଥିରେ ଫୋନ୍ କଲ୍ ଭଳି ସୁବିଧା ଉପଲବ୍ଧ ହେବ ।

ତାଜା ସ୍ଥିତିରେ ରାଜ୍ୟ, ଦେଶ ତଥା ବିଦେଶରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ହୋଇଛି । ସାଧାରଣତଃ ଲୋକେ ମାସ୍କ ପିନ୍ଧି ଫୋନରେ କଥାବାର୍ତ୍ତା ହେବା ନେଇ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । ଏହି ସମସ୍ୟାର ସମାଧାନ ସ୍ୱରୂପ ଜାପାନର ଏକ ରୋବୋଟିକ୍ କମ୍ପାନୀ ଏକ ଅଭିନବ ଉଦ୍ଭାବନ କରିଛି ।

ସୁରକ୍ଷା ସହ ସାଲିସ୍ ନ କରି କିପରି ଫୋନରେ କଥା ହୋଇପାରିବେ, ସେ ନେଇ ଡୋନଟ୍ ରୋବୋଟିକ୍ସ ସି-ମାସ୍କ ନାମକ ଏକ ଫେସ୍ ମାସ୍କ ନିର୍ମାଣ କରିଛି । ବ୍ଲୁ-ଟୁଥ୍ କନେକ୍ସନ୍ ସହ ଏହି ମାସ୍କକୁ ଇଣ୍ଟରନେଟ୍ ସହ ଯୋଡିହେବ । ତା ଛଡା ଜାପାନିଜ ଭାଷାକୁ ଏହି ମାସ୍କ ୮ଟି ଭାଷାରେ ଅନୁବାଦ ମଧ୍ୟ କରିପାରିବ ।

ଯେକୌଣସି ଫୋନ୍ ସହ ଏହି ସ୍ମାର୍ଟ ମାସ୍କକୁ ବ୍ଲୁ-ଟୁଥ ଜରିଆରେ ଯୋଡି ଫୋନ କଲ୍ କିମ୍ବା ଭଏସ୍ ମେସେଜ ମଧ୍ୟ କରିହେବ । ଏହାର ଆନୁମାନିକ ଦାମ୍ ୩ହଜାର ଟଙ୍କା ରହିଛି । ପ୍ରାଥମିକ ସ୍ତରରେ ଏହି ସ୍ମାର୍ଟ ମାସ୍କ ଜାପାନରେ ବିକ୍ରୟ ହେବାକୁ ଥିବାବେଳେ ଆଗାମୀ ଦିନରେ ଏହା ୟୁଏସ୍‌, ଚାଇନା, ୟୁରୋପ ଓ ଏସୀୟ ଦେଶମାନଙ୍କରେ ଉପଲବ୍ଧ ହେବ ।

Leave A Reply

Your email address will not be published.