Latest Odisha News

BREAKING NEWS

ରୋଗ ବଢ଼ାଉଛି ସ୍ମାର୍ଟଫୋନ, ଏବେଠୁ ହୋଇଯାଆନ୍ତୁ ସାବଧାନ

ନୂଆଦିଲ୍ଲୀ: ବର୍ତ୍ତମାନ ସମସ୍ତଙ୍କ ପାଇଁ ସ୍ମାର୍ଟଫୋନ୍‌ ଫୋନ ଏତେ ଗୁରୁତ୍ୱପୂର୍ଣ୍ଣ ହୋଇଗଲାଣି ଯେ ଏହା ଉପରେ ଆମେ ସମ୍ପୁର୍ଣ୍ଣ ନିର୍ଭର କରିବା ଆରମ୍ଭ କରିଦେଲେଣି। ସବୁବେଳେ ଫୋନ୍ ଚଲାଇ ବହୁ ସମୟ ନଷ୍ଟ କରୁଛନ୍ତି ଯୁବପିଢ଼ି, ଯାହା ଦ୍ଵାରା ସେମାନଙ୍କର ଅଧିକାଂଶ କାର୍ଯ୍ୟ ବାକି ରହିଯାଏ ଏବଂ ଆଳସ୍ୟର ବଶବର୍ତ୍ତୀ ହୋଇଥାନ୍ତି। ଗବେଷକମାନେ ଗବେଷଣା କରି ଜାଣିବାକୁ ପାଇଛନ୍ତି ଯେ ଯୁବପିିଢ଼ିମାନେ ଏହି ସ୍ମାର୍ଟଫୋନ୍‌ ନିଶା କାରଣରୁ ବିଶାଦ, ଉତ୍କଣ୍ଠା ପରି ଅନେକ ରୋଗର ସମ୍ମୁଖୀନ ହେଉଛନ୍ତି। ଫୋନ୍‌ ବ୍ୟବହାର ଯୁବପିଢ଼ିଙ୍କ ନିଦ୍ରାକୁ ବିଶେଷ ଭାବେ ପ୍ରଭାବିତ କରୁଛି। ଅତ୍ୟଧିକ ଫୋନ୍‌ ବ୍ୟବହର ହେତୁ ନିଦ ଆସିବାର କିଛି ନିର୍ଦ୍ଦିଷ୍ଟ ସମୟ ରହୁନାହିଁ। ଯାହାକି ସ୍ବାସ୍ଥାକୁ ବିଶେଷ ଭାବେ ପ୍ରଭାବିତ କରିଥାଏ ।

ସ୍ମାର୍ଟଫୋନ୍ ନିଶାକୁ ଏକ ମହାମାରୀ ଏକ ମହାମାରୀ କହିଲେ ଅତ୍ୟୁକ୍ତି ହେବ ନାହିଁ l ସ୍ପେନ ଏହି ନିଶାରୁ ନିବୃତ ରହିବ ପାଇଁ ଏକ ପ୍ରସ୍ତାବ ଦେଇଛି। ସିଗାରେଟ୍ ପ୍ୟାକେଟ୍ ଉପରେ ଯେପରି ସ୍ୱାସ୍ଥ୍ୟ ଚେତାବନୀ ରହିଥାଏ ସେହିପରି ଦେଶରେ ବିକ୍ରି ହେଉଥିବା ସମସ୍ତ ସ୍ମାର୍ଟଫୋନ୍ ଉପରେ ସ୍ୱାସ୍ଥ୍ୟ ଚେତାବନୀ ରହିବ ବୋଲି କହିଛି ସ୍ପେନ l ଏହାର ଉଦ୍ଦେଶ୍ୟ ହେଉଛି ଯୁବପିଢିଙ୍କୁ ଏହି ସ୍ମାର୍ଟଫୋନ ନିଶାରୁ ନିବୃତ ରହିବ ସହ ଆବଶ୍ୟକ ଅନୁଯାୟୀ ବ୍ୟବହାର କରିବା ନେଇ ପ୍ରୋତ୍ସାହିତ କରିବା l ଯେଉଁ ଲୋକମାନେ ଅଧିକ ସକ୍ରିୟ ନୁହଁନ୍ତି ଏବଂ ଦୀର୍ଘ ସମୟ ଧରି ସ୍ମାର୍ଟଫୋନ୍ ବ୍ୟବହାର କରନ୍ତି ସେମାନଙ୍କ ହୃଦରୋଗ ଏବଂ ଷ୍ଟ୍ରୋକ୍ ହେବାର ଆଶଙ୍କା ଅଧିକ ଥାଏ l ଓଜନ ଏବଂ ଚାପ ନିୟନ୍ତ୍ରଣରେ ଥିଲେ ମଧ୍ୟ ହୃଦଘାତର ଆଶଙ୍କା ବଢିଥାଏ l 1990-91ରେ ଜନ୍ମ ହୋଇଥିବା 14,500 ପିଲାଙ୍କ ଉପରେ ଏହି ରିସର୍ଚ୍ଚ କରାଯାଇଛି l

ଅନୁସନ୍ଧାନରୁ ଜଣାପଡିଛି ଯେ ଯେଉଁ ପିଲାମାନେ ଅଧିକ ଫୋନ୍ ଏବଂ ଟ୍ୟାବ୍ ବ୍ୟବହାର କରନ୍ତି, ସେମାନଙ୍କର ଶାରୀରିକ କାର୍ଯ୍ୟକଳାପ କମ୍ ଥାଏ l ଅଧିକ ସମୟ ଫୋନରେ ବିତାଉଥିବାରୁ ସେମାନେ ଗୁରୁତର ଇକୋକାର୍ଡିଓଗ୍ରାଫି ରୋଗରେ ପୀଡିତ ଥିଲେ l ତେଣୁ ସେମାନେ ଶାରୀରିକ ଭାବରେ ନିଷ୍କ୍ରିୟ ଥିଲେ l ଯେଉଁ ପିଲାମାନେ ଶାରୀରିକ ଭାବରେ ସକ୍ରିୟ ନୁହଁନ୍ତି ସେମାନେ ବହୁତ କମ୍ ବୟସରେ ମେଦବହୁଳତା ଏବଂ ଟାଇପ୍-୨ ମଧୁମେହର ଶିକାର ହୁଅନ୍ତି l ଏହିପରି ପିଲାମାନଙ୍କଠାରେ ମେଦବହୁଳତା ଏବଂ ମଧୁମେହ ହେବାର ଆଶଙ୍କା ବହୁତ ଅଧିକ ଥାଏ l ଏହିପରି ପିଲାମାନଙ୍କଠାରେ ନ୍ୟୁରୋଡିଜେନେରେଟିଭ୍ ରୋଗ ଏବଂ ହୃଦୟ ସମ୍ବନ୍ଧୀୟ ରୋଗ ହେବାର ଆଶଙ୍କା ଅଧିକ ଥାଏ l ଏହି ପିଲାମାନେ ସାଧାରଣତଃ ଫୋନ୍ ଯୋଗୁଁ ସମାଜରୁ ମଧ୍ୟ ଧୀରେ ଧୀରେ ବିଚ୍ଛିନ୍ନ ହୋଇଯାଆନ୍ତି l

ଅତ୍ୟଧିକ ସ୍ମାର୍ଟଫୋନ୍ ବ୍ୟବହାର କରିବାର ଅସୁବିଧା:

  • କମ୍ପ୍ୟୁଟର ଭିଜନ ସିଣ୍ଡ୍ରୋମ୍ l
  • ମେରୁଦଣ୍ଡ ଉପରେ ଗମ୍ଭୀର ପ୍ରଭାବ l
  • ଚର୍ମ ସମ୍ବନ୍ଧୀୟ ସମସ୍ୟା l
  • ଶୋଇବା ସମ୍ବନ୍ଧୀୟ ସମସ୍ୟା l
  • ମାନସିକ ଚାପ ବୃଦ୍ଧି l
  • ଆତ୍ମବିଶ୍ୱାସର ଅଭାବ l

Comments are closed.