Latest Odisha News

ସ୍କୁଲରେ ବ୍ୟାନ ହୋଇପାରିବନି ମୋବାଇଲ ଫୋନ୍: ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ: ସ୍କୁଲରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ସ୍ମାର୍ଟଫୋନ୍ ବ୍ୟବହାର ଉପରେ ସମ୍ପୂର୍ଣ୍ଣ ବ୍ୟାନ ଲଗାଇବା ଅନାବଶ୍ୟକ ଏବଂ ଅବାସ୍ତବ ବୋଲି ଦିଲ୍ଲୀ ହାଇକୋର୍ଟ ପ୍ରକାଶ କରିଛନ୍ତି।

ଏକ ଶୁଣାଣି ବେଳେ ଜଷ୍ଟିସ୍ ଅନୁପ ଜୟରାମ ଭାମ୍ବାନୀ କହିଛନ୍ତି ଯେ, ଗତ କିଛି ବର୍ଷ ମଧ୍ୟରେ ଶିକ୍ଷା ଏବଂ ସମ୍ବନ୍ଧିତ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଅନେକ ପରିବର୍ତ୍ତନ ଆଣିଦେଇଛି। ଏଥିପାଇଁ ସ୍କୁଲଗୁଡ଼ିକରେ ସ୍ମାର୍ଟଫୋନ ଉପରେ ସମ୍ପୂର୍ଣ୍ଣ ନିଷେଧ କରିବାର କୌଣସି ଆବଶ୍ୟକତା ନାହିଁ। କୋର୍ଟ ଆହୁରି କହିଛନ୍ତି ଯେ ସ୍ମାର୍ଟଫୋନ୍ ବ୍ୟବହାର ଦ୍ବାରା ଅଭିଭାବକଙ୍କ ସହ ସେମାନଙ୍କ ପିଲାମାନଙ୍କ ସମନ୍ୱୟ ରକ୍ଷା କରିବାରେ ସାହାଯ୍ୟ କରେ। ଏହାବ୍ୟତୀତ ଛାତ୍ରଛାତ୍ରୀମାନଙ୍କୁ ସୁରକ୍ଷା ମଧ୍ଯ ପ୍ରଦାନ କରେ।

ସୂଚନା ଅନୁଯାୟୀ, କେନ୍ଦ୍ରୀୟ ବିଦ୍ୟାଳୟ ସ୍କୁଲର ଜଣେ ନାବାଳକ ଛାତ୍ର ସ୍ମାର୍ଟଫୋନ୍ ବ୍ୟବହାର କରୁଥିବା ଘଟଣା ସମ୍ପର୍କିତ ଜଡିତ ଏକ ଆବେଦନର ଶୁଣାଣିରେ କୋର୍ଟ ଏଭଳି କହିଛନ୍ତି। ଏପରିକି ବ୍ୟାନ ପରିବର୍ତ୍ତେ ଏସଓପି ଜାରି କରିବା ନେଇ କୋର୍ଟ ପ୍ରକାଶ କରିଛନ୍ତି।

Comments are closed.