ବ୍ରହ୍ମପୁର: ଟ୍ରେନ ଦୁର୍ଘଟଣା ଯେମିତି ପିଛା ଛାଡୁନି । ବାଲେଶ୍ୱର ବାହାନଗାର ଭୟଙ୍କର ରେଳ ଦୁର୍ଘଟଣା ମନରୁ ଲଭିନି, ପୁଣି ବ୍ରହ୍ମପୁରଠାରେ ଟ୍ରେନରେ ଧୂଆଁ । ଏତେ ମାତ୍ରାରେ ଧୂଆଁ ବହାରିଲା ଯେ ଯାତ୍ରୀ ଭୟରେ ଓହ୍ଲାଇ ପଡିଥିଲେ ।
ମଙ୍ଗଳବାର ମଧ୍ୟାହ୍ନରେ ବ୍ରହ୍ମପୁର ଷ୍ଟ୍ରେଶନ ନିକଟରେ ସିକନ୍ଦରାବାଦ୍-ଅଗରତାଲା ଏକ୍ସପ୍ରେସ ବି-୫ କୋଚରୁ ଧୂଆଁ ବାହାରୁଥିଲା । ପ୍ରଥମେ କିଛି ଯାତ୍ରୀ ଏହାକୁ ଦେଖିଥିଲେ ଏବଂ ସତର୍କ ଘଣ୍ଟି ବଜାଇଥିଲେ । ଏହାପରେ ଶତାଧିକ ଯାତ୍ରୀ ଗାଡିରୁ ଓହ୍ଲାଇ ପଡିଥିଲେ । ପରେ ନିଆଁକୁ ନିର୍ବାପିତ କରାଯାଇଥିଲେ ବି ସେଥିରେ ଯିବାକୁ ଯାତ୍ରୀ ଅମଙ୍ଗ ହୋଇଥିଲେ ।
ନିକଟରେ ବାଲେଶ୍ୱରଠାରେ ଘଟିଥିବା ବଡ଼ ରେଳ ଦୁର୍ଘଟଣାକୁ ଦେଖି ଯାତ୍ରୀମାନେ ଏତେ ଭୟଭୀତ ହୋଇ ପଡିଥିଲେ ଯେ ଉକ୍ତ ବଗିରେ ଯିବାକୁ ରାଜି ହୋଇ ନ ଥିଲେ ।
ପୂ୍ର୍ବତଟ ରେଳବାଇ ଅଧିକାରୀ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ଇଲେକ୍ଟ୍ରି ସମସ୍ୟାରୁ ଛୋଟ ଧରଣର ଏହି ଅଗ୍ନିକାଣ୍ଡ ଘଟିଥିଲା । ଏବେ ପରିସ୍ଥିତି ନିୟନ୍ତ୍ରଣ ଭିତରେ ଥିବା ସେ କହିଛନ୍ତି । ଅଧିକାରୀ ସୂତ୍ରରୁ କୁହାଯାଇଛି, ଟ୍ରେନ ନଂ ୦୭୦୩୦ ସିକନ୍ଦରାବାଦ-ଅଗରତାଲା ଏକ୍ସପ୍ରେସର କୋଚ ନମ୍ବର ବି-୫ରେ ନିଆଁ ଲାଗି ଯାଇଥିଲା । ନିଆଁ ବ୍ୟାପକ ନ ଥିଲା । ବ୍ରହ୍ମପୁର ଷ୍ଟେଶନ ନିକଟରେ ଏହା ଘଟିଥିଲା । ଦାୟିତ୍ୱରେ ଥିବା ଅଧିକାରୀମାନେ ତୁରନ୍ତ ଏହାକୁ ନିୟନ୍ତ୍ରଣ କରିଥିଲେ ।
Comments are closed.