ନୂଆଦିଲ୍ଲୀ : ଗଣତି ଆରମ୍ଭ ହୋଇଗଲାଣି | ଆରମ୍ଭ ହେବାକୁ ଯାଉଛି ମୋଦି ୩.୦ କାଳ | ଲଗାତାର ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଛନ୍ତି ନରେନ୍ଦ୍ର ମୋଦି | ଏହା ସହିତ ଶପଥ ନେବେ ପ୍ରାୟ ୬୫ କ୍ୟାବିନେଟ ମନ୍ତ୍ରୀ | ସେଥିପାଇଁ ପୁନଃଗଠିତ ହୋଇଯାଇଛି ମୋଦି ସରକାରଙ୍କ ନୂଆ କ୍ୟାବିନେଟ | ଅମିତ ଶାହା, ରାଜନାଥ ସିଂ , ନିତିନ ଗଡ଼କରୀ, ନିର୍ମଳା ସୀତାରମଣଙ୍କ ଭଳି ଅନେକ ମନ୍ତ୍ରୀଙ୍କୁ ପୁଣି ସୁଯୋଗ ମିଳିଥିବା ବେଳେ ଏଥର ବାଦ ପଡିଯାଇଛନ୍ତି ଦ୍ୱିତୀୟ କ୍ୟାବିନେଟରେ ବହୁ ଗୁରୁତ୍ୱପୂର୍ଣ୍ଣ ପଦବୀରେ ଥିବା ଅନେକ ମନ୍ତ୍ରୀ | ସେମାନଙ୍କ ମଧ୍ୟରୁ ସ୍ମୃତି ଇରାନୀ , ଅନୁରାଗ ଠାକୁର ଓ ରାଜୀବ ଚନ୍ଦ୍ରଶେଖରଙ୍କ ଭଳି ମନ୍ତ୍ରୀ ରହିଛନ୍ତି |
ତେବେ ଚଳିତ ନିର୍ବାଚନରେ ସଂଖ୍ୟା ଗରିଷ୍ଠତା ହାସଲ କରିପାରିନାହିଁ ବିଜେପି | ସରକାର ଗଢିବାକୁ ବିଜେପି ନେତୃତ୍ୱଧୀନ ଏନଡିଏ ସହଯୋଗୀଙ୍କ ସାଥ ଲୋଡିଛି ବିଜେପି | ତେଣୁ କ୍ୟାବିନେଟରେ ଏଥର ଏନଡିଏ ସହଯୋଗୀଙ୍କୁ ବି ସ୍ଥାନ ଦିଆଯାଉଛି | ଏହି କାରଣରୁ ଅନେକ ବିଜେପି ମନ୍ତ୍ରୀ ଏଥର ବାଦ ପଡିଛନ୍ତି | ପ୍ରାୟ ପୂର୍ବ କ୍ୟାବିନେଟର ୨୦ ଜଣଙ୍କୁ ଏଥର କ୍ୟାବିନେଟରେ ଅନ୍ତର୍ଭୁକ୍ତ କରାଯାଇନାହିଁ |
ତେବେ ଯେଉଁ ନେତାମାନେ ଏଥର କ୍ୟାବିନେଟରେ ସ୍ଥାନ ପାଇନାହାନ୍ତି ସେମାନଙ୍କ ମଧ୍ୟରେ ରହିଛନ୍ତି ସ୍ମୃତି ଇରାନୀ, ଅନୁରାଗ ଠାକୁର, ରାଜୀବ ଚନ୍ଦ୍ରଶେଖର, ଅଜୟ ମିଶ୍ର ଟେନି, ଜେନେରାଲ ଭି.କେ ସିଂ, ଅଶ୍ୱିନୀ ଚୌବେ, ନାରାୟଣ ରାଣେ, ଅଜୟ ଭଟ୍ଟ, ସାଧବୀ ନିରଂଜନ ଜ୍ୟୋତି, ମୀନାକ୍ଷୀ ଲେଖୀ, ରାଜକୁମାର ରଂଜନ ସିଂ, ଆର.କେ ସିଂ, ଅର୍ଜୁନ ମୁଣ୍ଡା, ନିଶିଥ ପ୍ରେମାନିକ, ସୁଭାଷ ସାର୍କ, ଜନ ବାର୍ଲା, ଭାରତୀ ପାନୱାର,ରାଓସାହେବ ଦାନଭେ, କପିଲ ପାଟିଲ, ନାରାୟଣ ରାଣେ ଏବଂ ଭାଗବତ କରଦରେଙ୍କ ନାମ ରହିଛି।
ତେବେ ଏହି ନେତାଙ୍କ ମଧ୍ୟରୁ କେତେକ ଚଳିତ ନିର୍ବାଚନରେ ପରାଜିତ ହୋଇଥିବା ବେଳେ ଆଉ କିଛି ଏଥର ଲୋକସଭା ଟିକେଟ ପାଇନଥିଲେ | ଏହା ବ୍ୟତୀତ ଏହା ମଧ୍ୟରୁ ଅନେକ ନେତା ନିର୍ବାଚନରେ ଜିତିଥିଲେ ମଧ୍ୟ ଚଳିତ କ୍ୟାବିନେଟରୁ ବାଦ ପଡିଛନ୍ତି |
BREAKING NEWS
- ଜଳିଗଲା ୨୦ରୁ ଅଧିକ ବାଇକ୍,ପୋଲିସ କରିଥିଲା ସିଜ୍
- ରେଳଷ୍ଟେସନରୁ ୫ ଆନ୍ତଃରାଜ୍ୟ ଚାଲାଣକାରୀ ଗିରଫ,ଗଞ୍ଜେଇ ଜବତ
- ଉଦୟଗିରିରେ ଅର୍ନ୍ତଜାତୀୟ ବୌଦ୍ଧ ସମ୍ମିଳନୀ ଉଦଘାଟିତ, ଦେଶ ବିଦେଶରୁ ଆସିଛନ୍ତି ୧୭୦୦ରୁ ବୌଦ୍ଧ ଧର୍ମାବଲମ୍ବୀ
- Cyber Fraud Busted: ପୋଲିସ ହାତରେ ଧରାପଡିଲେ ୧୨ ଆନ୍ତଃରାଜ୍ୟ ସାଇବର ଲୁଟେରା
- Hero Hockey India League:ହ୍ୟାଟ୍ରିକ ବିଜୟ ସହ ପଏଣ୍ଟ ଟେବୁଲର ଶୀର୍ଷରେ କଳିଙ୍ଗ ଲାନସର୍ସ
- କୋହଲି, ଗିଲଙ୍କ ଆକର୍ଷଣୀୟ ପ୍ରଦର୍ଶନ: ପ୍ରଥମ ଦିିନିକିଆରେ ଭାରତ ବିଜୟୀ
- ଆସନ୍ତା ୧୫ରେ ବରଗଡ଼ ବନ୍ଦ
- ଝାରସୁଗୁଡ଼ାରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ
- ସଚିନଙ୍କୁ ପଛରେ ପକାଇ ବିଶ୍ୱରେକର୍ଡ କଲେ କିଙ୍ଗ କୋହଲି
- Fire In Ama Bus: ଗତ ୨୪ ଘଣ୍ଟା ମଧ୍ୟରେ ଦୁଇଟି ‘ଆମ ବସ’ରେ ଅଗ୍ନିକାଣ୍ଡ
Comments are closed.