ନୂଆଦିଲ୍ଲୀ: ଭାରତୀୟ ମହିଳା କ୍ରିକେଟ ଟିମର ଓପନର ବ୍ୟାଟ୍ସମ୍ୟାନ ସ୍ମୃତି ମାନ୍ଧନା ନିଜ ନାମରେ ଆଉ ଏକ କୀର୍ତିମାନ ଯୋଡିଛନ୍ତି । ସେ ଆନ୍ତର୍ଜାତୀୟ କ୍ରିକେଟରେ ୧୦୦୦୦ ରନ ପୂର୍ଣ୍ଣ କରିଛନ୍ତି । ଶ୍ରୀଲଙ୍କା ବିପକ୍ଷ ୪ର୍ଥ ଟି୨୦ ମ୍ୟାଚରେ ସ୍ମୃତି ୨୭ ରନ କରିଥିବା ବେଳେ ଏହି ସଫଳତାର ଫର୍ଦ୍ଦ ଯୋଡିଥିଲେ । ସେ ଭାରତର ଦ୍ୱିତୀୟ ଏବଂ ବିଶ୍ୱର ୪ର୍ଥ ଖେଳାଳି ଭାବେ ଏହି ଉପଲବ୍ଧି ହାସଲ କରିଛନ୍ତି । ତାଙ୍କ ପୂର୍ବରୁ ଭାରତର ପୂର୍ବତନ ଅଧିନାୟିକା ମିଥାଲୀ ରାଜ ୧୦୮୬୮ ରନ ସଂଗ୍ରହ କରିଥିଲେ ।
ନ୍ୟୁଜିଲାଣ୍ଡର ସୁଜି ବେଟ୍ସ ଓ ଇଂଲଣ୍ଡର ଶଲର୍ଟ ଏଡୱାର୍ଡସ ଆନ୍ତର୍ଜାତୀୟ କ୍ରିକେଟରେ ୧୦୦୦୦ ରନ ସଂଗ୍ରହ କରିଛନ୍ତି । ସ୍ମୃତି କିନ୍ତୁ ସବୁଠାରୁ କମ ୨୮୧ ଇନିଂସରେ ଏହି କୀର୍ତିମାନ କରିଛନ୍ତି । ୨୯ ବର୍ଷୀୟା ସ୍ମୃତି ୨୦୧୩ରେ ଆନ୍ତର୍ଜାତୀୟ ପଦାର୍ପଣ କରିଥିଲେ । ସେ ୭ ଟେଷ୍ଟ, ୧୧୭ ଦିନିକିଆ ଓ ୧୫୬ ଟି୨୦ ମ୍ୟାଚ ଖେଳି ସାରିଛନ୍ତି । ଟେଷ୍ଟରେ ୬୨୯, ଦିନିକିଆରେ ୫୩୨୨ ଓ ଟି୨୦ରେ ୪୦୦୦ ରନ ସଂଗ୍ରହ କରିଛନ୍ତି । ସେ ଆନ୍ତର୍ଜାତୀୟ ମ୍ୟାଚରେ ୧୭ ଶତକ ମାରିଛନ୍ତି ।