Latest Odisha News

କୋହଲିଙ୍କ ରେକର୍ଡ ଭାଙ୍ଗିଲେ ସ୍ମୃତି ମାନ୍ଧନା

ନୂଆଦିଲ୍ଲୀ: ଭାରତୀୟ ମହିଳା ଟିମର ଅଧିନାୟକ ସ୍ମୃତି ମାନ୍ଧନା ଦିିନିକିଆ କ୍ରିକେଟରେ ଇତିହାସ ରଚିଛନ୍ତି । ସେ ଭାରତ ପକ୍ଷରୁ ଦ୍ରୁତ ଶତକ ହାସଲ କରିବା ଗୌରବ ଅର୍ଜନ କରିଛନ୍ତି । ସେ ଅଷ୍ଟ୍ରେଲିଆ ବିପକ୍ଷ ମୁକାବିଲାରେ ମାତ୍ର ୫୦ ବଲରେ ଶତକ ହାସଲ କରି ବିରାଟ କୋହଲିଙ୍କ ନାମରେ ଥିବା ରେକର୍ଡକୁ ଭଙ୍ଗ କରିଛନ୍ତି । କୋହଲି ୨୦୧୩ରେ ଅଷ୍ଟ୍ରେଲିଆ ବିପକ୍ଷରେ ୫୨ ବଲରେ ଶତକ ହାସଲ କରିଥିଲେ । ଏଥିସହ ସ୍ମୃତି ମହିଳା କ୍ରିକେଟରେ ଦ୍ୱିତୀୟ ଦ୍ରୁତ ଶତକ ହାସଲ କରି ବ୍ୟାଟ୍ସମ୍ୟାନ ହୋଇଛନ୍ତି । ସେ ୫୦ ବଲରେ ୧୪ ଚୌକା ଓ ୪ ଛକା ସହାୟତାରେ ଶତକ ପୂରଣ କରିଥିଲେ । ଓଭରାଲ ୬୩ ବଲରେ ୧୭ ଚୌକା ଓ ୫ ଛକା ସହାୟତାରେ ୧୨୫ ରନ କରି ପ୍ୟାଭିଲିୟନ ଫେରି ଯାଇଥିଲେ ।

ସ୍ମୃତିଙ୍କ ପୂର୍ବରୁ ଅଷ୍ଟ୍ରେଲିଆର ମ୍ୟାଗ ଲେନିଂ ନ୍ୟୁଜିଲାଣ୍ଡ ବିପକ୍ଷରେ ୪୫ ବଲରେ ଶତକ ହାସଲ କରିଥିଲେ । ଚଳିତ ବର୍ଷ ସ୍ମୃତି ୪ଟି ଶତକ ମାରି ଜବରଦସ୍ତ ଫର୍ମରେ ରହିଛନ୍ତି । ସ୍ମୃତିଙ୍କ ବିସ୍ଫୋରକ ଶତକ ସତ୍ୱେ ଭାରତ ଏହି ମ୍ୟାଚ ୪୩ ରନରେ ହାରି ଯାଇଥିଲା । ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ୪୧୨ ରନ କରିଥିଲେ । ଜବାବରେ ଭାରତ ୩୬୯ ରନ କରି ଅଲଆଉଟ ହୋଇ ଯାଇଥିଲା । ଏଥିସହ ଅଷ୍ଟ୍ରେଲିଆ ୩ ମ୍ୟାଚ ବିଶିଷ୍ଟ ସିରିଜକୁ ୨-୧ରେ ଜିିତି ନେଇଛି ।

Comments are closed.