Latest Odisha News

କାହା ପ୍ରେମରେ ପଡିଛନ୍ତି ମହିଳା କ୍ରିକେଟର ସ୍ମୃତି ମାନ୍ଧାନା

ନୂଆଦିଲ୍ଲୀ: ଭାରତୀୟ ମହିଳା କ୍ରିକେଟ ଟିମର ଷ୍ଟାର ଖେଳାଳି ସ୍ମୃତି ମାନ୍ଧାନା ଏବେ ପ୍ରେମରେ ପଡିଛନ୍ତି । ଏବେ ସେ ତାଙ୍କ ବୟଫ୍ରେଣ୍ଡ ସହ ଇଂଲଣ୍ଡରେ ଛୁଟି କାଟୁଛନ୍ତି । ଅବଶ୍ୟ ସ୍ମୃତି ନିଜ ଆଡୁ ଏ ସମ୍ପର୍କରେ କିଛି କହି ନ ଥିଲେ ସୋସିଆଲ ମିଡିଆରେ ଏ ନେଇ ଖବର ପ୍ରକାଶ ପାଇଛି । ତାଙ୍କ ବୟଫ୍ରେଣ୍ଡଙ୍କ ନାମ ପଲାଶ ମୁଚ୍ଛଲ । ସ୍ମୃତି ଆଶେସ ସିରିଜର ପଂଚମ ଟେଷ୍ଟର ମଜା ଉଠାଉଥିବା ଫଟୋ ପ୍ରକାଶ ପାଇଛି । ଉଭୟଙ୍କ ଦି ଓଭାଲ ଷ୍ଟାଡିୟମରେ ଦେଖିବା ପରେ ଗୁଜବ ସତ୍ୟରେ ପରିଣତ ହେଲା ପରି ଅନୁଭବ ହେଉଛି । ପଲାଶ ମଧ୍ୟ ତାଙ୍କ ଇନଷ୍ଟାଗ୍ରାମରେ ସ୍ମୃତିଙ୍କ ସହ ଅନେକ ଫଟୋ ଶେୟାର କରିଛନ୍ତି ।

ପଲାଶ ଲୋକପ୍ରିୟ ଗାୟକ ପଲକ ମୁଚ୍ଛଲଙ୍କ ଭାଇ । ସେ ନିଜେ ମଧ୍ୟ ମ୍ୟୁଜିକ କମ୍ପୋଜ କରିବା ସହ ଫିଲ୍ମ ନିର୍ଦ୍ଦେଶନା ମଧ୍ୟ ଦେଇଛନ୍ତି । ସ୍ମୃତି ତାଙ୍କ ବ୍ୟକ୍ତିଗତ ସମ୍ପର୍କ ନେଇ ସୋସିଆଲ ମିଡିଆରେ ବିଶେଷ କିଛି ଖୁଲାସା କରି ନାହାନ୍ତି । ତେବେ ଫଟୋରେ ଉଭୟଙ୍କ କେମେଷ୍ଟ୍ରି ଅନ୍ୟ ଆଡେ ଇଶାରା କରୁଥିବା ଜଣା ପଡୁଛି । ଭାରତୀୟ ମହିଳା କ୍ରିକେଟରେ ସ୍ମୃତିଙ୍କୁ ଗ୍ଲାମରକୁ ନେଇ ସର୍ବଦା ଚର୍ଚ୍ଚା ଜୋର ଧରି ଆସିଛି । ଦେଖାଯାଉ କେବେ ସେ ନିଜ ପ୍ରେମ ସମ୍ପର୍କ ପ୍ରଶଂସକଙ୍କ ଆଗରେ ଖୁଲାସା କରୁଛନ୍ତି ।

Leave A Reply

Your email address will not be published.