ନୂଆଦିଲ୍ଲୀ: ଭାରତର ଷ୍ଟାର ମହିଳା କ୍ରିକେଟର ସ୍ମୃତି ମାନ୍ଧନା ତାଙ୍କ ବିବାହକୁ ନେଇ ପ୍ରକାଶ ପାଉଥିବା ବିଭିନ୍ନ ଖବରର ଅନ୍ତ ଘଟାଇଛନ୍ତି । ସେ ରବିବାର ସ୍ପଷ୍ଟ କରିଛନ୍ତି ଯେ, ପଲାଶ ମୁଚ୍ଛଲଙ୍କ ସହ ମୋର ବିବାହର ପୂର୍ଣ୍ଣଚ୍ଛେଦ ପଡିଛି । ମୁଁ ବ୍ୟକ୍ତିଗତ ପ୍ରାୟତଃ ସମ୍ମୁଖକୁ ଆଣିବାକୁ ଚାହିଁ ନ ଥାଏ । ପରିବାର ସହ ସର୍ବଦା ସମସ୍ୟାର ସମାଧାନ କରିବାକୁ ଚାହିଁଥାଏ । ଅନେକ ମିଥ୍ୟା ଖବର ପ୍ରସାରିତ ହୋଇଥିବାରୁ ଶେଷରେ ଯାହା ସତ୍ୟ ତାହା ଘୋଷଣା କରିଛି । ମୋର ଏବଂ ପରିବାରର ଗୋପନୀୟତା ଆପଣମାନେ ବଜାୟ ରଖିବେ ବୋଲି ଆଶା । ଏହି ଘଟଣାକୁ ଭୁଲି ଆମକୁ ଆଗକୁ ବଢ଼ିବାକୁ ହେବ ।
କ୍ରିକେଟରେ ଦେଶ ପକ୍ଷରୁ ପ୍ରତିନିଧିତ୍ୱ କରିବା ସର୍ବଦା ମୋର ସ୍ୱପ୍ନ ହୋଇ ରହି ଆସିଛି । ଦୀର୍ଘ ସମୟ ଭାରତ ପକ୍ଷରୁ ଖେଳିବାକୁ ଚାହୁଁଛି । ସୂଚନାଯୋଗ୍ୟ, ନଭେମ୍ବର ୨୩ରେ ଏହି ବିବାହ ହେବାର ଥିଲା । ସ୍ମୃତିଙ୍କ ବାପା ଶ୍ରୀନିବାସ ମାନ୍ଧନା ହଠାତ ଅସୁସ୍ଥ ହୋଇ ପଡିଥିଲେ । ଫଳରେ ବିବାହକୁ ସାମୟିକ ଭାବେ ସ୍ଥଗିତ ରଖା ଯାଇଥିଲା । ଇତି ମଧ୍ୟରେ ପଲାଶଙ୍କ ଦେହ ମଧ୍ୟ ଖରାପ ହୋଇଥିଲା । ଏବେ ସ୍ମୃତି ବିବାହ ରଦ୍ଦ ହେବା ବିଧିବଦ୍ଧ ଭାବେ ଘୋଷଣା କରିଛନ୍ତି । ତେବେ ପ୍ରକୃତରେ କେଉଁ କାରଣ ଯୋଗୁ ଏହା ଭାଙ୍ଗିଲା ତାହା ସ୍ପଷ୍ଟ ହୋଇ ପାରିନି ।