Latest Odisha News

BREAKING NEWS

ଅଟକିଲା ସ୍ମୃତି ମନ୍ଧାନାଙ୍କ ବାହାଘର, ହୃଦଘାତରେ ବାପା…

ନୂଆଦିଲ୍ଲୀ: ମହିଳା ଭାରତୀୟ କ୍ରିକେଟ ଟିମ୍ ର ଷ୍ଟାର ଓପନର ସ୍ମୃତି ମନ୍ଧାନା ଙ୍କ ପିତା ଶ୍ରୀନିବାସ ମନ୍ଧାନାଙ୍କୁ ହୃଦଘାତ। ଫଳରେ ପଲାଶ ମୁଛଲଙ୍କ ସହ ହେବାକୁ ଥିବା ତାଙ୍କ ବିବାହକୁ ଅନିର୍ଦ୍ଦିଷ୍ଟକାଳ ପାଇଁ ସ୍ଥଗିତ ରଖାଯାଇଛି।

ତେବେ ଉଭୟ ଙ୍କ ବିବାହ ଆଜି ଅର୍ଥାତ୍ ୨୩ ନଭେମ୍ବରରେ ହେବାକୁ ଥିଲା। ଆଜି ସକାଳେ ଜଳଖିଆ ଖାଉଥିବା ସମୟରେ ସ୍ମୃତି ମନ୍ଧାନାଙ୍କ ବାପା ଅସୁସ୍ଥ ଅନୁଭବ କରିଥିଲେ ଓ କିଛି ସମୟ ପରେ ତାଙ୍କ ଅବସ୍ଥା ଆହୁରି ଖରାପ ହେବାକୁ ଲାଗିଲା। ଯାହାପରେ ତୁରନ୍ତ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଜଣାପଡିଛି। ସ୍ମୃତିଙ୍କ ପିତାଙ୍କୁ ବର୍ତ୍ତମାନ୍ ସାଙ୍ଗଲିର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ନେଇ ସୂଚନା ମିଳିଛି।

ତାଙ୍କ ବାପାଙ୍କ ସ୍ବାସ୍ଥ୍ୟାବସ୍ଥାରେ ସୁଧାର ନ ଆସିବା ପର୍ଯ୍ୟନ୍ତ ସ୍ମୃତି ବିବାହ କରିବାକୁ ଚାହାଁନ୍ତି ନାହିଁ ବୋଲି ମ୍ୟାନେଜର କହିଛନ୍ତି। ମ୍ୟାନେଜର ତୁହିନ ମିଶ୍ର ଆହୁରି କହିଛନ୍ତି ଯେ ସ୍ମୃତିଙ୍କ ପିତାଙ୍କର ସ୍ୱାସ୍ଥ୍ୟବସ୍ଥାକୁ ନଜରରେ ରଖି ଡାକ୍ତର ମାନେ ଅନେକ ପରୀକ୍ଷା କରୁଛନ୍ତି। ତାଙ୍କର ସ୍ୱାସ୍ଥ୍ୟବସ୍ଥା ବର୍ତ୍ତମାନ୍ ସ୍ଥିର ଅଛି ଓ ଡାକ୍ତରୀ ନିରୀକ୍ଷଣରେ ଥିବା ନେଇ ପରିବାର ତରଫରୁ ସୂଚନା ଦିଆଯାଇଛି। ତେବେ ଆଜି ହେବାକୁ ଥିବା ବିବାହ ଉତ୍ସବକୁ ସ୍ଥଗିତ ରଖାଯାଇଛି ଓ ରୀତିନୀତି କେବେ ପୁଣି ଆରମ୍ଭ ହେବ ତାହା ଏପର୍ଯ୍ୟନ୍ତ ଜଣାନାହିଁ ବୋଲି ମଧ୍ୟ କୁହାଯାଇଛି।

 

Comments are closed.