Smriti Mandhana: ଇଭେଣ୍ଟରେ ବନ୍ଧୁତା…ପଡ଼ିଆରେ ପ୍ରପୋଜ୍… ଏମିତି ଆରମ୍ଭ ହୋଇଥିଲା ପଳାଶ ମୁଛଲ ଏବଂ ସ୍ମୃତି ମନ୍ଧାନାଙ୍କ ପ୍ରେମ କାହାଣୀ…
ନୂଆଦିଲ୍ଲୀ: ସରିଥିଲା ନିର୍ବନ୍ଧ, ପଡିଥାନ୍ତା ହାତଗଣ୍ଠି । ହେଲେ ସାଥ୍ ଦେଲାନି ଭାଗ୍ୟ । ପ୍ରଥମେ ପିତାଙ୍କ ଅସୁସ୍ଥତା, ପରେ ବୟଫ୍ରେଣ୍ଡର ଧୋକା!, ଭାଙ୍ଗିଗଲା ସ୍ମୃତିଙ୍କ ସବୁ ସ୍ବପ୍ନ । ଧୁମଧାମରେ ଚାଲିଥିଲା ବିବାହ ପ୍ରସ୍ତୁତି । ସ୍ବପ୍ନର ରାଜକୁମାର ଭଳି ଜିବନରେ ଏଣ୍ଟ୍ରି ମାରିଥିଲେ ପଳାଶ ମୁଛଲ । ଗ୍ରାଉଣ୍ଡ ହେଉକି, ଇଭେଣ୍ଟ ସବୁଠି ସ୍ମୃତିଙ୍କ ପଛେ ପଛେ ରହୁଥାନ୍ତି ପଳାଶ । ହେଲେ ପଛରେ ରହି ଛୁରି ଭୁସିବେ ବୋଲି ଜାଣି ନଥିଲେ ସ୍ମୃତି ! ଟିମ୍ ଇଣ୍ଡିଆର ଷ୍ଟାର୍ ବ୍ୟାଟ୍ସମ୍ୟାନ୍ ସ୍ମୃତି ମନ୍ଧାନା ଏବଂ ଚଳଚ୍ଚିତ୍ର ନିର୍ମାତା ତଥା ସଂଗୀତକାର ପଳାଶ ମୁଛଲଙ୍କ ବିବାହ ବର୍ତ୍ତମାନ ବିବାଦର ରୂପ ନେଇଛି । ନଭେମ୍ବର ୨୩ ତାରିଖରେ ସାଙ୍ଗଲିରେ ଦୁହେଁ ବିବାଦ ବନ୍ଧନରେ ବାନ୍ଧି ହେବାକୁ ଥିବା ବେଳେ ଥିବା ବେଳେ ବିବାହ ଦିନ ହିଁ, ଏହା ପରିବାର ପକ୍ଷରୁ ସ୍ଥଗିତ ରଖାଯାଇଥିଲା । ସ୍ମୃତିଙ୍କ ପିତା ଶ୍ରୀନିବାସ ମନ୍ଧାନାଙ୍କ ସ୍ୱାସ୍ଥ୍ୟ ଖରାପ ହେବା କାରଣରୁ ବିବାହକୁ ଘୁଞ୍ଚାଇ ଦିଆଯାଇଛି । ବିବାହ ଉତ୍ସବ ପୂର୍ବରୁ ହଠାତ୍ ସେ ହୃଦଘାତର ଶିକାର ହୋଇଥିବାରୁ ସ୍ମୃତିଙ୍କ ପିତାଙ୍କୁ ହସ୍ପିଟାଲ୍ ନେବାକୁ ପଡ଼ିଥିଲା । ଯାହା ପରେ ବିବାହକୁ ଅନିର୍ଦ୍ଦିଷ୍ଟ ସମୟ ପାଇଁ ସ୍ଥଗିତ ରଖାଯାଇଥିଲା । ହେଲେ କୁହାଯାଉଛି ଆଉ କେବେ ବି ବିବାହ ବନ୍ଧନରେ ବାନ୍ଧି ହେବେନି ଦୁଇ ପ୍ରେମୀ ଯୁଗଳ । ସ୍ମୃତିଙ୍କ ଭାବି ସ୍ବାମୀ ପଳାଶ ତାଙ୍କୁ ଧୋକା ଦେଇଥିବା ଏବେ ଖବରର ଶିରୋନାମାରେ ରହିଛି ।
ଏହି ଖବରକୁ ଅଧିକ ଇନ୍ଧନ ଦେଇଥିଲା ସ୍ମୃତିଙ୍କ ଇନଷ୍ଟାଗ୍ରାମ ପୋଷ୍ଟ ଡିଲିଟ୍ । ସ୍ମୃତି ତାଙ୍କ ସୋସିଆଲ ମିଡିଆରୁ ସମସ୍ତ ବିବାହ ସମ୍ବନ୍ଧୀୟ ପୋଷ୍ଟଗୁଡ଼ିକୁ ଡିଲିଟ୍ତ କରିଦେଇଛନ୍ତି । ଯେଉଁଥିରେ ତାଙ୍କର ନିର୍ବନ୍ଧ ଘୋଷଣା, ଷ୍ଟାଡିୟମ୍ ଭିତରେ ପଳାଶ ସ୍ମୃତିଙ୍କୁ ପ୍ରପୋଜ୍ କରିଥିବା ଭିଡିଓ, ବିବାହ ପୂର୍ବର ଉତ୍ସବର ସବୁ ଫଟୋକୁ ଡିଲିଟ୍ କରିଦେଇଛନ୍ତି ସ୍ମୃତି । ଯାହାକୁ ନେଇ ଏବେ କିଛି ଘଟିଥାଇପାରେ ବୋଲି ସନ୍ଦେହ କରୁଥିବା ବେଳେ ସୋସିଆଲ ମିଡିଆରେ କିଛି ଫଟୋ ଘୁରିବୁଲିଥିଲା । ଯେଉଁଥିରେ ପଳାଶ ସ୍ମୃତିଙ୍କୁ ଧୋକା ଦେଇଥିବା ଖବର ସୋସିଆଲ ମିଡିଆରେ ଛାଇଯାଇଥିଲା । ଇନଷ୍ଟାଗ୍ରାମ ଚାଟର କିଛି କଥିତ ସ୍କ୍ରିନସଟ୍ ରେଡ୍ଡିଟ୍, ଏକ୍ସ ଏବଂ ଇନଷ୍ଟାଗ୍ରାମରେ ପ୍ରସାରିତ ହେବା ଆରମ୍ଭ ହୋଇଥିଲା। ଯେଉଁଥିରେ ବିବାହ ପୂର୍ବରୁ କାର୍ଯ୍ୟକ୍ରମରେ କାମ କରୁଥିବା ମହିଳା ନୃତ୍ୟ ନିର୍ଦ୍ଦେଶକଙ୍କ ସହ ପଳାଶ ମୁଛଲଙ୍କ ବାର୍ତ୍ତାଳାପ ଥିଲା । ଯେଉଁଥିରେ ମହିଳା ଜଣଙ୍କ ସହ ପଳାଶ ଫ୍ଲର୍ଟ କରୁଥିବାର ନଜର ଆସିଥିଲା । ପଳାଶ ମୁଛଲ ଉକ୍ତ ଯୁବତୀଙ୍କୁ ସ୍ବିମିଂ ପାଇଁ ନିମନ୍ତ୍ରଣ କରୁଥିବାର ଦେଖାଯାଉଛି । ଯେତେବେଳେ ଯୁବତୀ ତାଙ୍କୁ ସ୍ମୃତିଙ୍କ ସହ ପ୍ରେମ ସମ୍ପର୍କ ବିଷୟରେ ପଚାରୁଛନ୍ତି ପଳାଶ ଏହାକୁ ଏଡ଼ାଇ ବାରମ୍ବାର ସାକ୍ଷାତ ପାଇଁ ଜିଦ୍ କରୁଛନ୍ତି । ଯାହାକୁ ନେଇ ପଳାଶ ସ୍ମୃତିଙ୍କୁ ଧୋକା ଦେଇଥିବା ଖବର ବିଦ୍ୟୁତ୍ ଭଳି ଇଣ୍ଟନେଟରେ ଘୁରି ବୁଲିଥିଲା ।
ଯଦିଓ ଦୁହିଁଙ୍କ ମଧ୍ୟରୁ କିଏ ବି ଏନେଇ ମୁହଁ ଖୋଲିନାହାନ୍ତି, ତଥାପି ଏହାକୁ ନେଇ ଏବେ ସସପେନ୍ସ ଜାରି ରହିଛି । ସେପଟେ ପଳାଶ ବି ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଖବର ଦେଇଛନ୍ତି ପଳାଶଙ୍କ ମାଆ ।
ତେବେ ପ୍ରାୟ ୬ ବର୍ଷ ପୂର୍ବରୁ ସ୍ମୃତି ମନ୍ଧାନା ଏବଂ ପଲାଶ ମୁଛଲଙ୍କ ପ୍ରେମ କାହାଣୀ ଆରମ୍ଭ ହୋଇଥିଲା। ୨୦୨୪ରେ ଦୁହେଁ ସେମାନଙ୍କର ସମ୍ପର୍କକୁ ଆନୁଷ୍ଠାନିକ ଭାବେ ଘୋଷଣା କରିଥିଲେ। ଏହି ନିକଟରେ ଭାରତୀୟ ମହିଳା ଦଳ ବିଶ୍ବକପ୍ ବିଜେତା ହୋଇଥିବା ବେଳେ ଏଥିରେ ସ୍ମୃତିଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ ଥିଲା । ଯାହା ପରେ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହେବାକୁ ନିଷ୍ପତ୍ତି ନେଇଥିଲେ ।
ପ୍ରାୟ ଛଅ ବର୍ଷ ଡେଟିଂ ପରେ ବିବାହ ବନ୍ଧନରେ ବାନ୍ଧି ହେବାକୁ ନିଷ୍ପତ୍ତି ନେଇଥିଲେ ସ୍ମୃତି ମନ୍ଧାନା ଏବଂ ପଳାଶ ମୁଛଲ । ସେମାନେ ସ୍ମୃତିଙ୍କ ଜନ୍ମସ୍ଥାନ ମହାରାଷ୍ଟ୍ରର ସାଙ୍ଗଲିରେ ବିବାହ କରିବାର ଯୋଜନା ଥିଲା। ବିବାହ ପୂର୍ବରୁ ରୀତିନୀତି ଆରମ୍ଭ ହୋଇସାରିଥିଲା। ହଳଦୀ, ମେହେନ୍ଦି ଏବଂ ସଙ୍ଗୀତ ସମାରୋହର ଫଟୋ ଏବଂ ଭିଡିଓ ଭାଇରାଲ ହୋଇଥିଲା। ସ୍ମୃତି ଏବଂ ପଳାଶଙ୍କ ପ୍ରେମ କାହାଣୀ ୨୦୧୯ ମସିହାରେ ଆରମ୍ଭ ହୋଇଥିଲା। ଉଭୟ ପ୍ରଥମେ ଏକ ବ୍ୟକ୍ତିଗତ ସଙ୍ଗୀତ କାର୍ଯ୍ୟକ୍ରମରେ ଦେଖା ହୋଇଥିଲେ, ଯେଉଁଠାରେ ପଳାଶ ତାଙ୍କ ଭଉଣୀ ପଲକ ମୁଛଲଙ୍କ ସହିତ ପ୍ରଦର୍ଶନ କରୁଥିଲେ। ସେଠାରେ ପଳାଶ ଏବଂ ସ୍ମୃତି ଜଣେ ସାଧାରଣ ବନ୍ଧୁଙ୍କ ମାଧ୍ୟମରେ ଭେଟ ହୋଇଥିଲେ।
ଏହି କାର୍ଯ୍ୟକ୍ରମରେ ପଳାଶ ମୁଛଲ ଏକ ଅପ୍ରକାଶିତ ଗୀତ ଗାଇଥିଲେ ଏବଂ ସ୍ମୃତି ତାଙ୍କ କଣ୍ଠସ୍ୱରରେ ମୋହିତ ହୋଇଥିଲେ। ଏହା ସେମାନଙ୍କ ବନ୍ଧୁତାକୁ ଜନ୍ମ ଦେଇଥିଲା, ଯାହା ଧୀରେ ଧୀରେ ପ୍ରେମରେ ପରିଣତ ହୋଇଥିଲା। ତା’ପରେ ପଲାଶ ସ୍ମୃତିଙ୍କୁ ପ୍ରସ୍ତାବ ଦେଇଥିଲେ ଏବଂ ପାଞ୍ଚ ବର୍ଷ ଡେଟିଂ ପରେ, ସେମାନେ ୨୦୨୪ରେ ସେମାନଙ୍କର ସମ୍ପର୍କକୁ ଆନୁଷ୍ଠାନିକ କରିଥିଲେ। ସମ୍ପ୍ରତି, ସଂଗୀତଜ୍ଞ ନବୀ ମୁମ୍ବାଇର ଡିୱାଇ ପାଟିଲ ଷ୍ଟାଡିୟମରେ ସ୍ମୃତିଙ୍କୁ ବିବାହ ପାଇଁ ପ୍ରପୋଜ୍ କରିଥିଲେ । ଯାହାର ଏକ ଝଲକ ଦମ୍ପତି ସୋସିଆଲ ମିଡିଆରେ ସେୟାର କରିଥିଲେ।
କିନ୍ତୁ ବିବାହ ପୂର୍ବରୁ ଉତ୍ସବ ପରେ ସ୍ମୃତିଙ୍କ ପିତା ଶ୍ରୀନିବାସ ମନ୍ଧାନା ହଠାତ୍ ଅସୁସ୍ଥ ହୋଇପଡ଼ିଲେ, ଯାହା ଫଳରେ ସେମାନଙ୍କ ବିବାହ ସ୍ଥଗିତ ହୋଇଯାଇଛି। ତଥାପି, ସ୍ମୃତିଙ୍କ ପିତାଙ୍କ ସ୍ୱାସ୍ଥ୍ୟରେ ଏବେ ଉନ୍ନତି ଆସିଛି ଏବଂ ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି। ନଭେମ୍ବର ୨୫ରେ ଶ୍ରୀନିବାସ ମନ୍ଧାନାଙ୍କୁ ସର୍ବହିତ ହସ୍ପିଟାଲରୁ ଡିସଚାର୍ଜ କରାଯାଇଥିଲା। ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ଅନୁଯାୟୀ, ତାଙ୍କ ଅବସ୍ଥା ଏବେ ସମ୍ପୂର୍ଣ୍ଣ ସ୍ଥିର ଏବଂ କୌଣସି ବିପଦ ନାହିଁ। ଡାକ୍ତରମାନଙ୍କ ଦ୍ୱାରା କରାଯାଇଥିବା ଆଞ୍ଜିଓଗ୍ରାଫିରେ କୌଣସି ଅବରୋଧ ମଧ୍ୟ ଦେଖାଯାଇ ନାହିଁ, ଯାହା ମାନ୍ଧାନା ପରିବାରକୁ ଆଶ୍ୱସ୍ତି ଦେଇଛି।
Comments are closed.