Latest Odisha News

BREAKING NEWS

ଘରେ ଶୋଇଥିବା ବେଳେ କାମୁଡ଼ିଲା ସାପ: ଭାଇ ମୃତ, ଭଉଣୀ ଗୁରୁତର

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲାରେ ଅଭାବନୀୟ ଘଟଣା ଘଟିଛି। ଘରେ ଶୋଇଥିବା ବେଳେ କାମୁଡ଼ିଲା ସାପ। ଚାଲିଗଲା ଶିଶର ଜୀବନ। ସୂଚନା ଅନୁସାରେ, ସୁନ୍ଦରଗଡ଼ ଜିଲ୍ଲାର ବଣାଇ ଥାନା କଟୁରିଧୁଆ ଗାଁରେ ଦୁଇ ଜଣ ଭାଇ, ଭଉଣୀ ଘରେ ଶୋଇଥିଲେ । ଶୋଇଥିବା ସମୟରେ ଦୁଇ ଜଣଙ୍କୁ ସାପ କାମୁଡିଥିଲା ।

ସର୍ପାଘାତରେ ଭାଇର ମୃତ୍ୟୁ ହୋଇଥିବାବେଳେ ଭଉଣୀ ଗୁରୁତର ହୋଇଛି । ମୃତ ଭାଇର ବୟସ ୪ ବର୍ଷ ବୋଲି ଜଣାପଡିଛି। ପରିବାର ଲୋକ ତୁରନ୍ତ ଦୁଇ ଜଣଙ୍କୁ ମେଡିକାଲରେ ଭର୍ତ୍ତି କରିଥିଲେ। କିନ୍ତୁ ସେଠାରେ ଜଣଙ୍କର ମୃତ୍ୟୁ ହେବା ସହିତ ଅନ୍ୟ ଜଣଙ୍କୁ ରାଉରକେଲା ସ୍ଥାନାନ୍ତର କରାଯାଇଥିଲା । ଏହି ଘଟଣାରେ ପରିବାରରେ ଶୋକର ଛାୟା ଖେଳିଯାଇଛି ।

Leave A Reply

Your email address will not be published.