Latest Odisha News

BREAKING NEWS

ଜଗତସିଂହପୁରରେ ସାପ ଆତଙ୍କ: ଶୋଇବା ଘରୁ ୭ଟି ସାପଛୁଆ ଉଦ୍ଧାର

ପାରାଦୀପ: ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ଅନ୍ତର୍ଗତ ମଙ୍ଗରାଜପୁର ଗ୍ରାମର ପାଇକସାହିରେ ଜଣେ ବ୍ୟକ୍ତିଙ୍କ ଶୋଇବା ଘରୁ ସାପ ଅଣ୍ଡାଦେଇଥିବା ନେଇ ଗ୍ରାମରେ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି ।

ମିଳିଥିବା ସୂତ୍ରରୁ ପ୍ରକାଶ, କୁଜଙ୍ଗ ବ୍ଲକ ଅନ୍ତର୍ଗତ ମଙ୍ଗରାଜପୁର ଗ୍ରାମର ପାଇକସାହିର ସିନ୍ଧୁ ରାଉତଙ୍କୁ ଶୋଇବା ଘରୁ ଅଣ୍ଡାରୁ ଫୁଟି ସଦ୍ୟ ଜନ୍ମ ନେଇଥିବା ସାପ ଛୁଆକୁ ପରିବାର ଲୋକ ଦେଖିଥିଲେ । ତେବେ ଚଟାଣ ଖୋଳିବାରୁ ସେଥିମଧ୍ୟରୁ କେତେ ଗୁଡ଼ିଏ ଅଣ୍ଡା ସହିତ ସାପଛୁଆ ବାହାରକରିଥିଲେ ଗ୍ରାମବାସୀ । ଏହି ଘଟଣା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।

 

ଉଦ୍ଧାର ହୋଇଥିବା ୭ଟି ସାପ ମଧ୍ୟରୁ ୩ଟି ସାପ ଜୀବିତ ଅଛନ୍ତି, ତେବେ ଏବେ ମଧ୍ୟ ମାଆ ସାପର ଖୋଜା ଚାଲିଛି, କିନ୍ତୁ ଏହି ସାପ ଗୁଡ଼ିକ କେଉଁ ପ୍ରଜାତିର ତାହା ଚିହ୍ନଟ ହୋଇପାରିନାହିଁ ।

ଏଠାରେ ସୂଚନାଯୋଗ୍ୟ, ଦୁଇଦିନ ପୂର୍ବରୁ ଏହି ଜିଲ୍ଲାର ତିର୍ତ୍ତୋଲ ବ୍ଲକର ବେଗୁନିଆ ଗ୍ରାମର ଜଣେ ବ୍ୟକ୍ତିଙ୍କ ବାସଗୃହରୁ ୧୦ଟି ସାପ ଛୁଆ ଉଦ୍ଧାର କରାଯାଇଥିଲା ।

Leave A Reply

Your email address will not be published.