Latest Odisha News

ରଣଜୀ ଟ୍ରଫି: ଇତିହାସ ରଚିଲେ ସ୍ନେହଲ- କାଶ୍ୟପ

ପାଣାଜୀ: ଚଳିତ ରଣଜୀ ଟ୍ରଫି କ୍ରିକେଟରେ ଗୋଆର ସ୍ନେହାଲ କୌଥାଙ୍କର ଓ କାଶ୍ୟପ ୱାକଲେ ଇତିହାସ ରଚିଛନ୍ତି । ପ୍ଲେଟ ଗ୍ରୁପର ଏକ ମ୍ୟାଚରେ ଗୋଆର ଏହି ଦୁଇ ବ୍ୟାଟ୍ସମ୍ୟାନ ୬୦୬ ରନର ଅପରାଜିତ ପାର୍ଟନରଶିପ ସଂଗ୍ରହ କରି ନୂତନ କୀର୍ତିମାନ ସ୍ଥାପନ କରିଛନ୍ତି । ସ୍ନେହଲ ୨୧୫ ବଲରେ ୩୧୪ ଓ ୱାକଲେ ୨୬୯ ବଲରେ ୩୦୦ ରନ ସଂଗ୍ରହ କରିଥିଲେ । ଗୋଆ ୯୩ ଓଭରରେ ୨ ୱିକେଟ ବିନିମୟରେ ୭୨୭ ରନ ସଂଗ୍ରହ କରିଥିଲା । ଏଥିସହ ଅରୁଣାଚଳଠାରୁ ୬୪୩ ରନର ଅଗ୍ରଣୀ ହାସଲ କରିଛନ୍ତି । ରଣଜୀ ଟ୍ରଫି ଇତିହାସରେ ଦ୍ୱିତୀୟ ଥର ପାଇଁ ୨ଜଣ ବ୍ୟାଟ୍ସମ୍ୟାନ ତ୍ରିଶତକ ହାସଲ କରିଛନ୍ତି ।

୧୯୮୯ରେ ତାମିଲନାଡୁର ଡବ୍ଲ୍ୟୁଭି ରମଣ ଓ ଅର୍ଜୁନ କୃପାଳ ସିଂ ଗୋଆ ବିପକ୍ଷରେ ତ୍ରିଶତକ ମାରିବା ସହ ୨ ୱିକେଟ ବିନିମୟରେ ୭୨୭ ରନ ସଂଗ୍ରହ କରିଥିଲେ । ପ୍ରଥମଶ୍ରେଣୀ କ୍ରିକେଟରେ ଦ୍ରୁତ ତ୍ରିଶତକ ହାସଲ କରିବାରେ କୌଥାନକର ତୃତୀୟ ସ୍ଥାନରେ ରହିଛନ୍ତି । ହାଇଦ୍ରାବାଦର ତନ୍ମୟ ଅଗ୍ରୱାଲ ଓ ଦକ୍ଷିଣ ଆଫ୍ରିକାର ମାର୍କୋ ହ୍ୟାରିସ ଯଥାକ୍ରମେ ପ୍ରଥମ ଓ ଦ୍ୱିତୀୟ ସ୍ଥାନରେ ରହିଛନ୍ତି ।

Comments are closed.