ନୂଆଦିଲ୍ଲୀ: ୟୁରୋପର ଏକ ପର୍ବତ ମାଉଣ୍ଟ ଏଟନାରେ ଏକ ବିରଳ ଘଟଣା ଦେଖିବାକୁ ମିଳିଛି। ଯେଉଁଠାରେ ପାହାଡ଼ ଉପରେ ଥିବା ବରଫରେ ନିଆଁ ଲାଗିଯାଇଛି। ଇଟାଲୀୟ ଅଞ୍ଚଳର ସିସିଲିରେ ଥିବା ମାଉଣ୍ଟ ଏଟନା ଏକ ସକ୍ରିୟ ଜ୍ୱାଳାମୁଖୀ। ଯେଉଁଠାରେ ଲାଲ ଲାର୍ଭାର ବିସ୍ଫୋରଣ ଶହ ଶହ ଫୁଟ ଉପରକୁ ଉଠିଥିଲା। ତା’ପରେ ବରଫ ପାହାଡ଼ ଉପରେ ପ୍ରବାହିତ ହେଉଥିବା ଦେଖିବାକୁ ମିଳିଛି।
ଇଟାଲୀୟ ସିସିଲି ଦ୍ୱୀପରେ ଥିବା ଏଟନା ମାଉଣ୍ଟ ୨୦୨୫ ଶେଷ ଭାଗରେ ଉଦ୍ଗିରଣ ହୋଇଥିଲା। ଯାହା ଫଳରେ ଚାରିଆଡ଼େ ଧୂଆଁ ଏବଂ ଲାର୍ଭା ବ୍ୟାପିଯାଇଥିଲା। ସୋସିଆଲ ମିଡିଆରେ ସେୟାର ହୋଇଥିବା ଭିଡିଓରେ ଏହି ଉଦ୍ଗିରଣ ଦେଖିବାକୁ ମିଳୁଛି। ଯାହା ଏକ ବିରଳ ପ୍ରାକୃତିକ ଦୃଶ୍ୟ।
ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ସେୟାର ହୋଇଥିବା ଏହି ଦୃଶ୍ୟର ଏକ ଭିଡିଓରେ ପର୍ବତ ଶିଖରରେ ଥିବା ବରଫ ମଧ୍ୟ ଦେଇ ପ୍ରବାହିତ ହେଉଥିବା ଚମତ୍କାର ଲାର୍ଭାର ଧାରା ଦେଖାଯାଉଛି। ଅନ୍ୟପଟେ ପ୍ରବଳ ତୁଷାରପାତ ଯୋଗୁ ପାହାଡରେ ବରଫ ଢ଼ାଙ୍କି ହୋଇ ରହିଛି। ଧୂଆଁ ଏବଂ ଲାର୍ଭା ଏବେ ବି ସମଗ୍ର ଅଞ୍ଚଳକୁ ଗ୍ରାସ କରୁଛି। ଏହି ଅସାଧାରଣ ଘଟଣା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇପଡିଛନ୍ତି। ଖାଲି ଏତିକି ନୁହେଁ ଦେଖିଲେ ମନେ ହେଉଛି ସତେ ଯେପରି ବରଫ ଦେହରେ କିଏ ନିଆଁ ଲଗାଇ ଦେଇଛି । ତେବେ ଏହି ଦୃଶ୍ୟକୁ ଦେଖି ପର୍ଯ୍ୟଟକ ଏବଂ ବୈଜ୍ଞାନିକମାନେ ମଧ୍ୟ ଆଶ୍ଚର୍ଯ୍ୟ ଚକିତ ହୋଇପଡ଼ିଛନ୍ତି।