Latest Odisha News

ଆଇଆଇଏମ୍ ଦ୍ୱାରା ସୋଆ ଗବେଷକ ସମ୍ମାନିତ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି)ର ବାୟୋଫୁଏଲ୍ ଏବଂ ବାୟୋପ୍ରୋସେସିଂ ଗବେଷଣା କେନ୍ଦ୍ର (ବିବିଆରସି)ର ନିର୍ଦ୍ଦେଶକ ପ୍ରଫେସର ଲାଲା ବିହାରୀ ଶୁକ୍ଳା ହାଇଡ୍ରୋମେଟାଲର୍ଜିକାଲ୍ ଇଞ୍ଜିନିୟରିଂ କ୍ଷେତ୍ର ପାଇଁ ‘ଆର ପି ଦାସ ମେମୋରିଆଲ୍ ସମ୍ମାନ’ରେ ସମ୍ମାନିତ ହୋଇଛନ୍ତି । ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ ଅଫ୍ ମେଟାଲ୍ସ, ଭୁବନେଶ୍ୱର ଚାପ୍ଟର ପକ୍ଷରୁ ଶୁକ୍ରବାର ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି ।

ବାୟୋମିନେରାଲ୍ ପ୍ରୋସେସିଂ ଏବଂ ହାଇଡ୍ରୋମେଟାଲର୍ଜି କ୍ଷେତ୍ରରେ ପ୍ରଫେସର ଶୁକ୍ଳାଙ୍କର ନିରନ୍ତର କାର୍ଯ୍ୟ ପାଇଁ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି । ଭୁବନେଶ୍ୱର ସ୍ଥିତ ସିଏସଆଇଆର-ଆଇଏମଏମଟି ପରିସରରେ ଅନୁଷ୍ଠିତ ଇଣ୍ଡିଆନ୍ ଇନ୍ଷ୍ଟିଚ୍ୟୁଟ୍ ଅଫ ମେଟାଲ୍ସ, ଭୁବନେଶ୍ୱର ଚାପ୍ଟରର ବାର୍ଷିକ ସାଧାରଣ ସଂଘ ବୈଠକରେ ଏସ୍ଇଆର୍ପିଏଲ୍, ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ ଲିମିଟେଡର ପରିଚାଳନା ନିର୍ଦ୍ଦେଶକ ପି ସି ଚୌବେ ପ୍ରଫେସର ଶୁକ୍ଳାଙ୍କୁ ଏହି ପୁରସ୍କାର ପ୍ରଦାନ କରିଥିଲେ ।

ଏହି ଅବସରରେ ସିଏସ୍ଆଇଆର୍-ଆଇଏମଏମଟିର ନିର୍ଦ୍ଦେଶକ ପ୍ରଫେସର ସୁଦ୍ଧାସତ୍ୱ ବସୁ ମଧ୍ୟ ଉପସ୍ଥିତ ଥିଲେ ।

Leave A Reply

Your email address will not be published.