Latest Odisha News

BREAKING NEWS

ଯୁବ ସଂଗମ କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ରାଜସ୍ଥାନ ପରିଦର୍ଶନରେ ଯିବେ ସୋଆ ଛାତ୍ରଛାତ୍ରୀ

ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ଦ୍ୱାରା ପରିଚାଳିତ ଯୁବ ସଂଗମ କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ରାଜସ୍ଥାନର ଆଇଆଇଟି ଯିବାକୁ ମନୋନୀତ ହୋଇଛନ୍ତି ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ୭ ଜଣ ଛାତ୍ରଛାତ୍ରୀ ।

ଏହି କାର୍ଯ୍ୟକ୍ରମରେ ସୋଆର ଛାତ୍ରଛାତ୍ରୀମାନେ ରାଜସ୍ଥାନର ସାଂସ୍କୃତିକ ଭିତିଭୂମି ତଥା ଶିକ୍ଷାଗତ ଅଭିବୃଦ୍ଧି ସମ୍ପର୍କିତ ପ୍ରସଙ୍ଗ ଉପରେ ଅଧ୍ୟୟନ କରିବେ ।
ଏହି କାର୍ଯ୍ୟକ୍ରମ ନିମନ୍ତେ ମନୋନୀତ ହୋଇଥିବା ଛାତ୍ରଛାତ୍ରୀମାନଙ୍କୁ ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକ ଅଭିନନ୍ଦନ ଜଣାଇବା ସହ ଏହି କାର୍ଯ୍ୟକ୍ରମକୁ ସଫଳ କରିବା ନିମନ୍ତେ ଉପଦେଶ ଦେଇଛନ୍ତି ।

ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଏହି କାର୍ଯ୍ୟକ୍ରମ ଛାତ୍ରଛାତ୍ରୀଙ୍କ ପାଇଁ ଏକ ସାମଗ୍ରିକ ଅଭିବୃଦ୍ଧିର ମାଧ୍ୟମ ହେବ ବୋଲି ମତ ବ୍ୟକ୍ତ କରିଛନ୍ତି ।

ଏହି ଅବସରରେ ସୋଆର ନିର୍ଦ୍ଦେଶକ ପ୍ରଫେସର ମାନସ କୁମାର ମଲିକ, ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ଓ ଆଇଏଏସ୍‌ର ଆସୋସିଏଟ୍ ପ୍ରଫେସର ଡକ୍ଟର ଅଂଶୁମାନ ଜେନା ଉପସ୍ଥିତ ଥିଲେ ।

Leave A Reply

Your email address will not be published.