Latest Odisha News

BREAKING NEWS

ଆରଜି କର ମେଡିକାଲ ଘଟଣା: ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମରୁ ହଟିବ ମୃତକଙ୍କ ପରିଚୟ

ନୂଆଦିଲ୍ଲୀ: ଆରଜି କର ମେଡିକାଲ କଲେଜ ଘଟଣାରେ ମୃତକଙ୍କ ନାମ ଓ ଫଟୋ ପ୍ରସାରଣ ଶୀର୍ଷକ ମାମଲାରେ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରଣାଳୟ ଭାରତରେ କାର୍ଯ୍ୟରତ ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମଗୁଡ଼ିକୁ ଗତକାଲିର ସୁପ୍ରିମକୋର୍ଟଙ୍କ ଆଦେଶ ପାଳନ କରିବାକୁ ନିର୍ଦ୍ଦେଶ ଦେଇଛି ।

ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରଣାଳୟ ଭାରତରେ କାର୍ଯ୍ୟରତ ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମଗୁଡ଼ିକୁ କହିଛି ଯେ, ଆରଜି କର ମେଡିକାଲ କଲେଜ ଘଟଣାରେ ମୃତକଙ୍କ ନାମ, ଫଟୋ ଏବଂ ଭିଡିଓ କ୍ଲିପ୍ କୁ ତୁରନ୍ତ ସମସ୍ତ ସାମାଜିକ ଗଣମାଧ୍ୟମ ପ୍ଲାଟ୍ଫର୍ମ ଏବଂ ବୈଦ୍ୟୁତିକ ଗଣମାଧ୍ୟମରୁ ହଟାଇବାକୁ ଆମର ନିର୍ଦ୍ଦେଶ । ସୁପ୍ରିମକୋର୍ଟଙ୍କ ଗତକାଲିର ଆଦେଶକୁ ଦୃଷ୍ଟିରେ ରଖି ମନ୍ତ୍ରଣାଳୟ ସମ୍ପୃକ୍ତ ବ୍ୟକ୍ତିବିଶେଷଙ୍କ ଗୋପନୀୟତା ଏବଂ ସମ୍ମାନକୁ ସୁରକ୍ଷିତ ରଖିବା ପାଇଁ ଅଦାଲତଙ୍କ ନିର୍ଦ୍ଦେଶକୁ ପାଳନ କରିବା ଉପରେ ଗୁରୁତ୍ୱାରୋପ କରିଛି। ତେଣୁ ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମଗୁଡିକ ଏହି ଆଦେଶକୁ ପାଳନ ସୁନିଶ୍ଚିତ କରିବା ପାଇଁ ତୁରନ୍ତ ପଦକ୍ଷେପ ନେବା ଆବଶ୍ୟକ ବୋଲି କହିଛି ମନ୍ତ୍ରଣାଳୟ। ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରଣାଳୟ ସମସ୍ତ ସାମାଜିକ ଗଣମାଧ୍ୟମ କମ୍ପାନୀମାନଙ୍କୁ ଅନୁରୋଧ କରିଛି ଯେ ସେମାନେ ଏଭଳି ସମ୍ବେଦନଶୀଳ ସୂଚନାକୁ ଆଉ ପ୍ରସାରିତ ନ କରିବା ନିଶ୍ଚିତ କରନ୍ତୁ । ସର୍ବୋଚ୍ଚ ନ୍ୟାୟାଳୟଙ୍କ ଆଦେଶ ପାଳନ କରିବାରେ ବିଫଳ ହେଲେ ଆଇନଗତ ପରିଣାମ ଏବଂ ପରବର୍ତ୍ତୀ ନିୟାମକ କାର୍ଯ୍ୟାନୁଷ୍ଠାନ ହୋଇପାରେ ।

ସୂଚନାଯୋଗ୍ୟ ଯେ, ମୃତକଙ୍କ ନାମ ସହ ମୃତକଙ୍କ ଫଟୋ ଓ ଭିଡିଓ କ୍ଲିପ୍ କୁ ସମସ୍ତ ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମ ଓ ବୈଦ୍ୟୁତିକ ଗଣମାଧ୍ୟମରୁ ତୁରନ୍ତ ହଟାଇବାକୁ ଗତକାଲି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସମ୍ପୃକ୍ତ ଘଟଣା ସହ ଜଡ଼ିତ ସମ୍ବେଦନଶୀଳ ବିଷୟବସ୍ତୁର ପ୍ରସାରଣକୁ ନେଇ ଉଦବେଗ ପ୍ରକାଶ ପାଇବା ପରେ ଏହି ନିର୍ଦ୍ଦେଶନାମା ଜାରି କରାଯାଇଛି।

Comments are closed.