Latest Odisha News

BREAKING NEWS

ବିଶିଷ୍ଟ ସମାଜସେବୀ ଧନେଶ୍ୱର ସାହୁଙ୍କ ଦେହାନ୍ତ

ଭୁବନେଶ୍ୱର: ବିଶିଷ୍ଟ ସମାଜସେବୀ ଧନେଶ୍ୱର ସାହୁଙ୍କ ଚିକିତ୍ସାଧୀନ ଅବସ୍ଥାରେ କେନ୍ଦ୍ରାପଡା ଜିଲ୍ଲାର ରାଜନଗର ଠାରେ ଦେହାନ୍ତ ହୋଇଛି ।

ମୃତ୍ୟୁବେଳକୁ ତାଙ୍କୁ ୮୭ ବର୍ଷ ବୟସ ହୋଇଥିବା ନେଇ ଜଣାପଡିଛି ।

ମିଳିଥିବା ସୂଚନାନୁଯାୟୀ ସେ ଛାତିରେ ଯନ୍ତ୍ରଣା ଅନୁଭବ କରିବା ଫଳରେ ତାଙ୍କୁ ଭୁବନେଶ୍ୱରସ୍ଥିତ ଆମ୍ରି ହସ୍ପିଟାଲରେ ଚିକିତ୍ସା ଲାଗି ଭର୍ତ୍ତି କରାଯାଇଥିଲା । ପରେ ଶୁକ୍ରବାର ଅପରାହ୍ନରେ ହୃତଘାତରେ ତାଙ୍କର ମୃତ୍ୟୁ ଘଟିଥିବା ନେଇ ଜଣାପଡିଛି ।

ତେବେ ସ୍ୱର୍ଗତଃ ସାହୁଙ୍କ ଶେଷ ସମୟରେ ଧର୍ମପତ୍ନୀଙ୍କ ସମେତ ପୁଅ ଓ ଝିଅମାନେ ତାଙ୍କ ନିକଟରେ ଉପସ୍ଥିତ ରହିଥିବା ନେଇ ସୂଚନା ମିଳିଛି ।

ଆହୁରି ମଧ୍ୟ ସେ ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସ୍ୱର୍ଗତଃ ବିଜୁ ପଟ୍ଟନାୟକଙ୍କର ନିକଟତମ ସହଯୋଗୀ ରହିଥିଲେ । ଏହାବ୍ୟତିତ ଶ୍ରୀଯୁକ୍ତ ସାହୁ ଓସ୍ତିଆ ଗ୍ରାମ ପଞ୍ଚାୟତର ଜଣେ କୃଷକ ନେତା ରହି ଥିଲେ ।

Leave A Reply

Your email address will not be published.