Latest Odisha News

ମା’ ସମଲେଶ୍ବରୀଙ୍କ ପୀଠରେ ଆରମ୍ଭ ହେଲା ଷୋଡ଼ଶ ଉପଚାର ପୂଜା

ସମ୍ବଲପୁର : ଆଜିଠୁ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ବରୀଙ୍କ ପୀଠରେ ଆରମ୍ଭ ହୋଇଛି ଷୋଡ଼ଶ ଉପଚାର ପୂଜା । ବିଧି ମୁତାବକ ମା ସମଲେଶ୍ବରୀଙ୍କ ସମସ୍ତ ନୀତିକାନ୍ତି କରାଯାଇଥିଲା । ସ୍ନାନ ପରେ ସ୍ବତନ୍ତ୍ର ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥିଲେ ମା’ ସମଲେଶ୍ବରୀ । ଷୋଡ଼ଶ ଦ୍ବୀପ ପ୍ରଜ୍ବଳନ ସହ ପୁଅ ଜୀଉନ୍ତିଆ ଓଷା ମଧ୍ୟ ଅନୁଷ୍ଠିତ ହୋଇଛି ।

ଆସନ୍ତା ମାସ ୬ ତାରିଖରେ ସମଲେଶ୍ବରୀଙ୍କ ଧବଳମୁଖୀ ବେଶ ଅନୁଷ୍ଠିତ ହେବ । ସେହିପରି ନବରାତ୍ର ପୂଜା ଆରମ୍ଭ ସହ ମନ୍ଦିର ଭିତରେ ନବରାତ୍ର ଦ୍ବୀପ ପ୍ରଜ୍ଜ୍ୱଳନ କରାଯିବ । ୧୧ ତାରିଖରେ ପୀଠରେ ସପ୍ତମୀ ପୂଜା ଆରମ୍ଭ ହେବ । ୧୨ରେ ମହାଷ୍ଟମୀ ପୂଜା ହେବ । ୧୫ ତାରିଖରେ ସମଲେଶ୍ବରୀଙ୍କ ରଣଜିତା ଉତ୍ସବ ପାଳନ ସହ ଦଶହରା ପର୍ବ ଅନୁଷ୍ଠିତ ହେବ । ୨୦ ତାରିଖ କୁମାର ପୂର୍ଣ୍ଣମୀରେ ମା’ଙ୍କର ରାଜରାଜେଶ୍ବରୀ ବେଶ ସହ ନୂତନ ଧ୍ବଜା ଆରୋହଣ କରାଯିବ ବୋଲି ସମଲେଶ୍ବରୀ ଟ୍ରଷ୍ଟ ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି ।

Comments are closed.