Latest Odisha News

BREAKING NEWS

ରାମଚଣ୍ଡୀ ପୀଠରେ ଚାଲିଛି ଷୋଡଶ ଉପଚାର ପୂଜା : ଚଣ୍ଡୀ ପାଠ ସହ ଲାଗି ହେଉଛି ପୋଡା ମାଛ

ପୁରୀ: କୋଣାର୍କ ପୁରୀ ବେଳା ମାର୍ଗରେ ଅବସ୍ଥିତ ମା ରାମଚଣ୍ଡୀଙ୍କ ପୀଠରେ ଚାଲିଛି ମାଙ୍କର ଷୋଡଶ ଉପଚାର ପୂଜା । ବର୍ଷ ତମାମ ପଞ୍ଚ ଉପଚାରରେ ମାଙ୍କୁ ପୂଜିତ କରାଯାଉଥିବା ବେଳେ ମୂଳାଷ୍ଠମୀ ଠାରୁ ମହାଷ୍ଠମୀ ପର୍ଯ୍ୟନ୍ତ ମାଙ୍କୁ ଷୋଡଶ ଉପଚାରରେ ପୂଜା କରାଯାଇଥାଏ । ଦୈନନ୍ଦିନ ସ୍ନାନ ,ସକାଳ ଆଳତି ସୂର୍ଯ୍ୟ ପୂଜା ,ଦ୍ଵାରପାଳ ପୂଜା ,ବଲ୍ଲଭ, ଖଇ ଭୋଗ,ଖେଚୁଡି ଭୋଗ ପରେ ସାହାଣମେଲା, ବେଳା ଚଣ୍ଡୀ ପାଠ ,ଦ୍ଵିପ୍ରହର ଭୋଗ,ପହଡ ପରେ ପୁନଃ ସାହାଣ ମେଲା ଓ ସନ୍ଧ୍ୟା ଆଳତି ,ପୁନଃ ଚଣ୍ଡୀ ପାଠ ,ରାତ୍ରି ଭୋଗ , ବଡ ସିଂହାର ବେଶ ପରେ ପହଡ ପଡିଥାଏ ।

ଅନ୍ୟ ଶକ୍ତି ପୀଠ ମାନଙ୍କରେ ଏକ ବେଳା ଚଣ୍ଡୀ ପାଠ କରାଯାଉଥିବା ବେଳେ ମା ରାମଚଣ୍ଡୀଙ୍କ ପୀଠରେ ସ୍ଵତନ୍ତ୍ର ଭାବେ ନିୟୋଜିତ ଶାସେନି ପଣ୍ଡିତ ଦୁଇ ବେଳା ଚଣ୍ଡୀ ପାଠ କରିଥାନ୍ତି । କାହିଁ କେଉଁ କାଳରୁ ମାଙ୍କ ନିକଟରେ ପୋଡା ମାଛ ବଳିର ପରମ୍ପରା ରହିଛି । କୁଶଭଦ୍ରା ନଦୀରୁ ମାଛ ମାରି ପେଟ ପୋଷୁଥିବା ମତ୍ସ୍ୟଜୀବୀମାନେ ପ୍ରତ୍ୟହ ମାଙ୍କ ଉଦ୍ଦେଶ୍ୟରେ ପ୍ରଥମ ମାଛ ପ୍ରଦାନ କରିଥାନ୍ତି । ଏହି ମାଛକୁ ମାଙ୍କ ନିକଟରେ ପ୍ରତ୍ୟହ ଦୁଇ ବେଳା ପୋଡା ବଳି ଦିଆ ଯାଇଥାଏ  । ଏଥିସହ ମାଙ୍କ ନିକଟରେ ଦ୍ଵିପ୍ରହର ଓ ରାତ୍ରି ଭୋଗରେ ସାଦା ଅନ୍ନ ,ଖେଚୁଡି ,ଖଟା, ଡାଲି,ବିନା ପିଆଜ ରସୁଣ ରେ ମାଛ ବେସର,ମାଛ ଭଜା ,ଏଣ୍ଡୁରି ପିଠା,ଖିରୀ ଆଦି ସ୍ଵାଦିଷ୍ଟ ବ୍ୟଞ୍ଜନ ଆଦି ଲାଗି କରାଯାଇଥାଏ ।

Comments are closed.