Latest Odisha News

ଲାଞ୍ଚ ନେଇ ଧରାପଡ଼ିଲେ ମୃତ୍ତିକା ସଂରକ୍ଷଣ ପରିଦର୍ଶକ

ସୁବର୍ଣ୍ଣପୁର: ଲାଞ୍ଚ ନେଇ ଧରାପଡ଼ିଲେ ମୃତ୍ତିକା ସଂରକ୍ଷଣ ପରିଦର୍ଶକ । ଭିଜିଲାନ୍ସ ଜାଲରେ ଉଲୁଣ୍ଡା ବ୍ଲକ ମୃତ୍ତିକା ସଂରକ୍ଷଣ ପରିଦର୍ଶକ ସୁଧାଂଶୁ ଶେଖର ରଣା । ବିଲ୍ ପାସ୍ ପାଇଁ ୧୧ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରିଲା ଭିଜିଲାନ୍ସ ଟିମ୍ ।

ସୂଚନା ଅନୁସାରେ, ଫାର୍ମ ପୋଖରୀର ମଷ୍ଟର ରୋଲ ପ୍ରସ୍ତୁତ କରିବାକୁ ଜଣେ ବ୍ୟକ୍ତିଙ୍କ ଠାରୁ ୧୧ ହଜାର ଟଙ୍କା ଲାଞ୍ଚ ମାଗିଥିଲେ ମୃତ୍ତିକା ସଂରକ୍ଷଣ ଅଧିକାରୀ ସୁଧାଂଶୁ ଶେଖର ରଣା। କୌଣସି ବାଟ ନପାଇ ଉକ୍ତବ୍ୟକ୍ତି ଜଣଙ୍କ ଭିଜିଲାନ୍ସର ଦ୍ଵାରସ୍ତ ହୋଇଥିଲେ । ଯୋଜନା ମୁତାବକ ଆଜି ମୃତ୍ତିକା ସଂରକ୍ଷଣ ଅଧିକାରୀ ସୁଧାଂଶୁ ଶେଖର ରଣା ୧୧ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ସେଠାରେ ପୂର୍ବରୁ ଛକି ବସିଥିବା ଭିଜିଲାନ୍ସ ଟିମ୍ ତାଙ୍କୁ ମାଡି ବସିଥିଲା । ତାଙ୍କଠାରୁ ସମସ୍ତ ଲାଞ୍ଚ ଟଙ୍କା ଜବତ କରିବା ସହ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସୁଧାଂଶୁଙ୍କର ଅଫିସ ଓ ବାସଭବନ ସମେତ ଦୁଇଟି ଠିକଣାରେ ଚଢାଉ କରିଛି ଭିଜିଲାନ୍ସ ।

Comments are closed.