ନୂଆଦିଲ୍ଲୀ: କରୋନା ମହାମାରୀରୁ ବର୍ତ୍ତିବା ପାଇଁ ମାସ୍କ ପିନ୍ଧିବା, ସାନିଟାଇଜର୍ ବ୍ୟବହାର ଓ ସାମାଜିକ ଦୂରତା ରକ୍ଷାକୁ ଗୁରୁତ୍ୱ ଦିଆଯାଉଛି । ସମସ୍ତେ ହ୍ୟାଣ୍ଡ ସାନିଟାଇଜର ପାଖରେ ରଖୁଛନ୍ତି । ନିୟମିତ ବ୍ୟବଧାନରେ ହାତକୁ ସାନିଟାଇଜ୍ କରୁଛନ୍ତି । ଏଭଳି ସ୍ଥିତିରେ ଏକ ଉଦବେଗଜନକ ଓ ଚିନ୍ତାଜନକ ଖବର ସାମନାକୁ ଆସିଛି । କରୋନାକୁ ମାତ ଦେବାକୁ ଆମେ ଯେଉଁ ହ୍ୟାଣ୍ଡ ସାନିଟାଇଜର ବ୍ୟବହାର କରୁଛନ୍ତି, ସେଥିରୁ ୪୪ଟି ସାନିଟାଇଜରରେ କ୍ୟାନସର ହେବା ନେଇ ଆଶଙ୍କା ବଢ଼ିଛି । କାରଣ ସେସବୁ ସାନିଟାଇଜରରେ ମାରାତ୍ମକ ରସାୟନିକ ପଦାର୍ଥ ବ୍ୟବହାର ହେଉଛି । ଯାହାକି କ୍ୟାନସରର ବାହକ ହେବ ବୋଲି ଏକ ରିସର୍ଚ୍ଚରୁ ଜଣା ପଡ଼ିଛି ।

ହସ୍ପିଟାଲରୁ ଘର, ପିଲାଠୁ ବୟସ୍ତ ସମସ୍ତେ କରୋନାରୁ ବର୍ତ୍ତିବା ପାଇଁ ସାନିଟାଇଜର ବ୍ୟବହାର କରୁଛନ୍ତି । ଦୀର୍ଘ ଦୀନ ଧରି ବ୍ୟବହାର କଲେ କ୍ୟାନସର କିମ୍ବା ଚର୍ମ ରୋଗର ଆଶଙ୍କା ରହିଛି କି ନାହିଁ ବୋଲି ଏକ ଗବେଷଣା କରାଯାଇଥିଲା । ଆମେରିକାର ଏକ ଲାବ୍ରୋଟୋରୀ ଭ୍ୟାଲିଜର ୨୬୦ଟି ସାନିଟାଇନଜରକୁ ନେଇ ଗବେଷଣା କରିଥିଲା । ଯେଉଁଥିରୁ ୪୪ଟି ସାନିଟାଇଜରରେ ବେଞ୍ଜିନ ସମେତ ଅନ୍ୟାନ୍ୟ ମାରାତ୍ମକ କେମିକାଲ୍ ବ୍ୟବହାର କରାଯାଉଥିବା ତଥ୍ୟ ସାମନାକୁ ଆସିଛି ।

ବେଞ୍ଜିନ ଏକ ତରଳ ରସାୟନ । ଏହା ରଙ୍ଗହୀନ । କିନ୍ତୁ କେବେ କେବେ ସାମାନ୍ୟ ତାପମାତ୍ରାରେ ଏହା ନାଲି ହୋଇଯାଏ । ମାତ୍ରାଧିକ ବେଞ୍ଜିନ ସଂସ୍ପର୍ଶରେ ଆସିଲେ ଶରୀରର ରକ୍ତ କଣିକା ଠିକରେ କାମ କରେ ନାହିଁ । ବେଳେବେଳେ ଲୋହିତ ରକ୍ତ କଣିକା ଗଠନ ବନ୍ଦ କରିଦିଏ କିମ୍ବା ହ୍ୱାଇଟ୍ ବ୍ଲଜ ସେଲ୍ ହ୍ରାସ ହେବାକୁ ଲାଗେ । ଯାହାଦ୍ୱାରା ଶରୀରରେ ନକରାତ୍ମକ ପ୍ରଭାବ ପକାଇଥାଏ । ଏନେଇ ଭ୍ୟାଲିଜର ଆମେରିକାର ଫୁଡ୍ ଏଣ୍ଡ ଡ୍ରଗ୍ସ ଆଡମିନିଷ୍ଟ୍ରେସନକୁ (FDA) ଚିଠି ଲେଖି ଅବଗତ କରାଇଛି ।
BREAKING NEWS
- ଜଳିଗଲା ୨୦ରୁ ଅଧିକ ବାଇକ୍,ପୋଲିସ କରିଥିଲା ସିଜ୍
- ରେଳଷ୍ଟେସନରୁ ୫ ଆନ୍ତଃରାଜ୍ୟ ଚାଲାଣକାରୀ ଗିରଫ,ଗଞ୍ଜେଇ ଜବତ
- ଉଦୟଗିରିରେ ଅର୍ନ୍ତଜାତୀୟ ବୌଦ୍ଧ ସମ୍ମିଳନୀ ଉଦଘାଟିତ, ଦେଶ ବିଦେଶରୁ ଆସିଛନ୍ତି ୧୭୦୦ରୁ ବୌଦ୍ଧ ଧର୍ମାବଲମ୍ବୀ
- Cyber Fraud Busted: ପୋଲିସ ହାତରେ ଧରାପଡିଲେ ୧୨ ଆନ୍ତଃରାଜ୍ୟ ସାଇବର ଲୁଟେରା
- Hero Hockey India League:ହ୍ୟାଟ୍ରିକ ବିଜୟ ସହ ପଏଣ୍ଟ ଟେବୁଲର ଶୀର୍ଷରେ କଳିଙ୍ଗ ଲାନସର୍ସ
- କୋହଲି, ଗିଲଙ୍କ ଆକର୍ଷଣୀୟ ପ୍ରଦର୍ଶନ: ପ୍ରଥମ ଦିିନିକିଆରେ ଭାରତ ବିଜୟୀ
- ଆସନ୍ତା ୧୫ରେ ବରଗଡ଼ ବନ୍ଦ
- ଝାରସୁଗୁଡ଼ାରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ
- ସଚିନଙ୍କୁ ପଛରେ ପକାଇ ବିଶ୍ୱରେକର୍ଡ କଲେ କିଙ୍ଗ କୋହଲି
- Fire In Ama Bus: ଗତ ୨୪ ଘଣ୍ଟା ମଧ୍ୟରେ ଦୁଇଟି ‘ଆମ ବସ’ରେ ଅଗ୍ନିକାଣ୍ଡ
Comments are closed.