ନୂଆଦିଲ୍ଲୀ: କରୋନା ମହାମାରୀରୁ ବର୍ତ୍ତିବା ପାଇଁ ମାସ୍କ ପିନ୍ଧିବା, ସାନିଟାଇଜର୍ ବ୍ୟବହାର ଓ ସାମାଜିକ ଦୂରତା ରକ୍ଷାକୁ ଗୁରୁତ୍ୱ ଦିଆଯାଉଛି । ସମସ୍ତେ ହ୍ୟାଣ୍ଡ ସାନିଟାଇଜର ପାଖରେ ରଖୁଛନ୍ତି । ନିୟମିତ ବ୍ୟବଧାନରେ ହାତକୁ ସାନିଟାଇଜ୍ କରୁଛନ୍ତି । ଏଭଳି ସ୍ଥିତିରେ ଏକ ଉଦବେଗଜନକ ଓ ଚିନ୍ତାଜନକ ଖବର ସାମନାକୁ ଆସିଛି । କରୋନାକୁ ମାତ ଦେବାକୁ ଆମେ ଯେଉଁ ହ୍ୟାଣ୍ଡ ସାନିଟାଇଜର ବ୍ୟବହାର କରୁଛନ୍ତି, ସେଥିରୁ ୪୪ଟି ସାନିଟାଇଜରରେ କ୍ୟାନସର ହେବା ନେଇ ଆଶଙ୍କା ବଢ଼ିଛି । କାରଣ ସେସବୁ ସାନିଟାଇଜରରେ ମାରାତ୍ମକ ରସାୟନିକ ପଦାର୍ଥ ବ୍ୟବହାର ହେଉଛି । ଯାହାକି କ୍ୟାନସରର ବାହକ ହେବ ବୋଲି ଏକ ରିସର୍ଚ୍ଚରୁ ଜଣା ପଡ଼ିଛି ।

ହସ୍ପିଟାଲରୁ ଘର, ପିଲାଠୁ ବୟସ୍ତ ସମସ୍ତେ କରୋନାରୁ ବର୍ତ୍ତିବା ପାଇଁ ସାନିଟାଇଜର ବ୍ୟବହାର କରୁଛନ୍ତି । ଦୀର୍ଘ ଦୀନ ଧରି ବ୍ୟବହାର କଲେ କ୍ୟାନସର କିମ୍ବା ଚର୍ମ ରୋଗର ଆଶଙ୍କା ରହିଛି କି ନାହିଁ ବୋଲି ଏକ ଗବେଷଣା କରାଯାଇଥିଲା । ଆମେରିକାର ଏକ ଲାବ୍ରୋଟୋରୀ ଭ୍ୟାଲିଜର ୨୬୦ଟି ସାନିଟାଇନଜରକୁ ନେଇ ଗବେଷଣା କରିଥିଲା । ଯେଉଁଥିରୁ ୪୪ଟି ସାନିଟାଇଜରରେ ବେଞ୍ଜିନ ସମେତ ଅନ୍ୟାନ୍ୟ ମାରାତ୍ମକ କେମିକାଲ୍ ବ୍ୟବହାର କରାଯାଉଥିବା ତଥ୍ୟ ସାମନାକୁ ଆସିଛି ।

ବେଞ୍ଜିନ ଏକ ତରଳ ରସାୟନ । ଏହା ରଙ୍ଗହୀନ । କିନ୍ତୁ କେବେ କେବେ ସାମାନ୍ୟ ତାପମାତ୍ରାରେ ଏହା ନାଲି ହୋଇଯାଏ । ମାତ୍ରାଧିକ ବେଞ୍ଜିନ ସଂସ୍ପର୍ଶରେ ଆସିଲେ ଶରୀରର ରକ୍ତ କଣିକା ଠିକରେ କାମ କରେ ନାହିଁ । ବେଳେବେଳେ ଲୋହିତ ରକ୍ତ କଣିକା ଗଠନ ବନ୍ଦ କରିଦିଏ କିମ୍ବା ହ୍ୱାଇଟ୍ ବ୍ଲଜ ସେଲ୍ ହ୍ରାସ ହେବାକୁ ଲାଗେ । ଯାହାଦ୍ୱାରା ଶରୀରରେ ନକରାତ୍ମକ ପ୍ରଭାବ ପକାଇଥାଏ । ଏନେଇ ଭ୍ୟାଲିଜର ଆମେରିକାର ଫୁଡ୍ ଏଣ୍ଡ ଡ୍ରଗ୍ସ ଆଡମିନିଷ୍ଟ୍ରେସନକୁ (FDA) ଚିଠି ଲେଖି ଅବଗତ କରାଇଛି ।
BREAKING NEWS
- ଝଲସୁଛି ପଶ୍ଚିମ ଓଡ଼ିଶା: ପବିତ୍ର ନୂଆଁଖାଇ ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା
- ସଞ୍ଜୁ ସାମସନଙ୍କ ପାଇଁ ଶେଷ ସୁଯୋଗ ? ବେଞ୍ଚରେ ବସିଛନ୍ତି ବୈଭବ
- ହିନ୍ଦୀ କୌଣସି ଭାଷାର ପ୍ରତିଦ୍ୱନ୍ଦୀ ନୁହେଁ: ଦୁନିଆର ସବୁ ଭାଷା ଶିଖ, ହେଲେ ନିଜ ମାତୃଭାଷାକୁ ଭୁଲ ନାହିଁ
- FATF ବୈଠକ ପୂର୍ବରୁ ପାକିସ୍ତାନର ନୂଆ ନାଟକ: ମସୁଦ ଅଜହର ଦେଶରୁ ଫେରାର
- Uranium ore:ମିଳିଲା ୧୧୦ ମିଲିୟନ ଟନ୍ ୟୁରାନିୟମ୍;ପରମାଣୁ ଶକ୍ତି ଉପରେ ଫୋକାସ୍
- ଏସୀୟ କ୍ରୀଡ଼ା,ଏଫ୍ଆଇଜି ୱାର୍ଲ୍ଡ ଚ୍ୟାଲେଞ୍ଜ କପରେ ଭାରତର ପ୍ରତିନିଧିତ୍ୱ କରିବେ ଓଡ଼ିଶାର ୩ ଜିମ୍ନାଷ୍ଟ
- ଫେରିଯିବ ମୌସୁମୀ: ପଶ୍ଚିମ ରାଜସ୍ଥାନର କିଛି ଅଞ୍ଚଳରୁ ଅପସାରଣ ପାଇଁ ପାଗ ଅନୁକୂଳ ସମ୍ଭାବନା
- ଆଫଗାନିସ୍ତାନ ଟି୨୦ ସିରିଜରୁ ବାଦ୍ ପଡ଼ିଲେ ବରୁଣ ଚକ୍ରବର୍ତ୍ତୀ
- ଚୋରଙ୍କ ନଜରରେ ପରୀକ୍ଷା ସେଣ୍ଟର; ଧରାପଡିଲେ ଚୋର ଗ୍ୟାଙ୍ଗ;୨୬ ମୋବାଇଲ ସହ
- ୧୭ରେ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ, ନିଜ ଘରେ ‘ଆଶୀର୍ବାଦର ଦୀପ’ ପ୍ରଜ୍ଜ୍ୱଳନ କରିବା ପାଇଁ ଆହ୍ୱାନ

Comments are closed.