Latest Odisha News

ବାତ୍ୟାରେ ଦେବଦୂତ ସାଜି ଗର୍ଭବତୀଙ୍କୁ ଉଦ୍ଧାର କଲେ ଉଦ୍ଧାରକାରୀ ଦଳ

ଭୁବନେଶ୍ୱର: ବାତ୍ୟା ‘ବୁଲବୁଲ୍’ ସିଭିୟର୍ ସାଇକ୍ଲୋନିକ ଷ୍ଟର୍ମର ରୂପ ଧାରଣ କରିବା ସହ ଓଡିଶାର ନିକଟତର ହେଉଛି । ଯାହାର ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ସକାଳୁ ପବନ ସହ ପ୍ରବଳ ବର୍ଷା ଲାଗି ରହିଛି ।

ଏଭଳି ଏକ ଘଡିସନ୍ଧି ମୂହୁର୍ତ୍ତରେ ସମ୍ଭାବ୍ୟ ବାତ୍ୟା ପରିସ୍ଥିତିର ମୁକାବିଲା କରିବା ଲାଗି ପ୍ରଶାସନ ପକ୍ଷରୁ ବିଭିନ୍ନ ଅଞ୍ଚଳରେ ଉଦ୍ଧାରକାରୀ ଦଳଙ୍କୁ ନିୟୋଜିତ କରାଯାଇଛି । ଏପରି ସମୟରେ ରାଜକନିକା ଅଞ୍ଚଳରେ ଜଣେ ଗର୍ଭବତୀ ମହିଳାଙ୍କୁ ସାହା ହୋଇଛନ୍ତି ଉଦ୍ଧାରକାରୀ ଦଳ ।

ସମ୍ପୃକ୍ତ ମହିଳା ଜଣକ ହେଉଛନ୍ତି ଦିବାଙ୍କର ଲେଙ୍କାଙ୍କ ପତ୍ନୀ ସୁଶ୍ରୀ ସଙ୍ଗୀତା ବଳ ।

ପ୍ରାପ୍ତ ସୂଚନାନୁଯାୟୀ ବାତ୍ୟା ପ୍ରଭାବରେ ବର୍ଷା ଓ ପବନ ଲାଗି ରହିଥିବାରୁ କେନ୍ଦ୍ରାପଡା ଜିଲ୍ଲାରେ ଯାତାୟାତ ବ୍ୟବସ୍ଥା ଏକପ୍ରକର ବାଧାପ୍ରାପ୍ତ ହୋଇଛି । ଏଭଳି ସମୟରେ ରାଜକନିକା ଥାନା ଅନ୍ତର୍ଗତ ଗିରିଆ ଅଞ୍ଚଳର ବାସିନ୍ଦା ସୁଶ୍ରୀଙ୍କର ପ୍ରସନ୍ନା ବେଦନା ହେବାରୁ ପରିବାର ଲୋକେ ଅସୁବିଧାର ସମ୍ମୁଖୀନ ହୋଇଥିଲେ ।

ତେବେ ପରବର୍ତ୍ତୀ ସମୟରେ ଉଦ୍ଧାରକାରୀ ଦଳଙ୍କ ସହାୟତାରେ ପରିବାର ବର୍ଗ ତାଙ୍କୁ ରାଜକନିକା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ଉଦ୍ଧାରକାରୀ ଦଳଙ୍କ କାର୍ଯ୍ୟକୁ ସାଧାରଣରେ ଭୂରିଭୂରି ପ୍ରଶଂସା କରାଯାଇଛି।

Comments are closed.