Latest Odisha News

ପୁଣି ଟ୍ରେନ୍‌ ଲାଇନ୍‌ଚ୍ୟୁତ, ଯାତ୍ରୀ ଭୟଭୀତ

ଜବଲପୁର: ପୁଣି ଆଉ ଏକ ରେଳ ଦୁର୍ଘଟଣା ଖବର ସାମ୍ନାକୁ ଆସିଛି । ମଧ୍ୟପ୍ରଦେଶ ଜବଲପୁରରେ ଟ୍ରାକ୍‌ରୁ ଖସିଲା ଟ୍ରେନ୍ । ସୋମନାଥ ଏକ୍ସପ୍ରେସଟି ଜବଲପୁର ଷ୍ଟେସନରେ ପ୍ଲାଟଫର୍ମ ନମ୍ବର ୬କୁ ଯାଉଥିବା ବେଳେ ଦୁଇଟି ବଗି ଲାଇନ ଚ୍ୟୁତ ହଇଥିବା ସୂଚନା ରହିଛି ।

ଦୁର୍ଘଟଣାକୁ ନେଇ ଯାତ୍ରୀମାନେ ଭୟବୀତ ହୋଇପଡିଛନ୍ତି । ତେବେ ଏହି ଦୁର୍ଘଟଣାରେ କେହି ମୃତାହତ ହୋଇନଥିବା ବେଳେ ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ସୂଚନା ରହିଛି । ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ନିଜ ନିଜ ଗନ୍ତବ୍ୟସ୍ଥଳକୁ ପଠାଇ ଦିଆଯାଇଛି ।

ଅନ୍ୟପଟେ, ଦୁର୍ଘଟଣାଗ୍ରସ୍ତ ବଗି ଗୁଡିକୁ ରେଳ ଟ୍ରାକ୍‌ରୁ ହଟାଇବା କାମ ଜାରି ରହିଛି । ତେବେ କେଉଁ କାରଣରୁ ଏହି ଦୁର୍ଘଟଣା ଘଟିଲା ସେନେଇ ଘଟଣାସ୍ଥଳରେ ରେଳ ବିଭାଗ ଅଧିକାରୀ ପହଞ୍ଚି ସ୍ଥିତିକୁ ଅନୁଧ୍ୟାନ କରୁଛନ୍ତି ।

Comments are closed.