ନେଦରଲ୍ୟାଣ୍ଡ: ଯଦି କେହି ହଠାତ୍ ନିଜର ପ୍ରିୟଜନକୁ ହରାଏ, ତାହାକୁ ନେଇ ସେ ପୁରା ଭାଙ୍ଗି ପଡ଼ିଥାଏ । ତାର ଜୀବନ ପୁରା ନଷ୍ଟ ହୋଇଯାଇଥାଏ । ଏଭଳି ପରିସ୍ଥିତିରେ ଅନେକ ଲୋକ ମୃତ୍ୟୁକୁ ସହଜରେ ଗ୍ରହଣ କରି ପାରନ୍ତି ନାହିଁ । ତଥାପି, କିଛି ଲୋକ ଅଛନ୍ତି ଯେଉଁମାନେ ନିଜ ପ୍ରିୟଜନଙ୍କ ମୃତ ଶରୀରକୁ ଛାଡ଼ିବାକୁ ପ୍ରସ୍ତୁତ ନ ଥାନ୍ତି । ଏବେ ସେଭଳି ଏକ ଘଟଣା ସାମ୍ନାକୁ ଆସିଛି , ଯେଉଁଥିରେ ଜଣେ ବ୍ୟକ୍ତି ନିଜ ବାପାଙ୍କ ମୃତ ଦେହକୁ ଦେଢ ବର୍ଷ ଫ୍ରିଜ୍ରେ ରଖିଥିଲେ ।
୮୨ ବର୍ଷୀୟ ଡଚ୍ ନେଦରଲ୍ୟାଣ୍ଡର ଲ୍ୟାଣ୍ଡଗ୍ରାଫରେ ରୁହନ୍ତି । ତାଙ୍କ ବାପାଙ୍କ ବୟସ ୧୦୧ ବର୍ଷ । ପ୍ରତ୍ୟେକ ଦିନ ଡ଼ଚ୍ଙ୍କ ଫ୍ୟାମିଲ ଡ଼ାକ୍ତର ଆସି ତାଙ୍କ ବାପାଙ୍କ ଚିକିତ୍ସା କରୁଥିଲେ । କିନ୍ତୁ ହଠାତ୍ ଡ଼ଚ୍ ତାଙ୍କ ବାପାଙ୍କୁ ନେଇ କେଉଁଆଡ଼େ ଚାଲିଗଲେ । ଡାକ୍ତର ତାଙ୍କ ରୋଗୀଙ୍କ ବିଷୟରେ ଚିନ୍ତା କରିବା ସହ ଖୋଜାଖୋଜି କଲେ । ଜାଣିବାକୁ ପାଇଲେ ଯେ ତାଙ୍କ ରୋଗୀଙ୍କର ମୃତ୍ୟୁ ହୋଇସାରିଛି । ଆଉ ତାଙ୍କ ପୁଅ ମୃତ ଦେହକୁ ଲୁଚାଇ ରଖିଛନ୍ତି । ଏନେଇ ଡ଼ାକ୍ତର ପୋଲିସକୁ ଖବର ଦେଲେ । ପୋଲିସ ଡ଼ଚ୍ଙ୍କ ଘରେ ଚଢାଉ କରି ଫ୍ରିଜ୍ରୁ ମୃତ ଦେହକୁ ଉଦ୍ଧାର କରି ତଦନ୍ତ ଚଳାଇଲା ।
ଡ଼ଚ୍ ପୋଲିସ ଆଗରେ କହିଛନ୍ତି ଯେ, ବୟସାଧିକ ଯୋଗୁଁ ବାପାଙ୍କ ମୃତ୍ୟୁ ଦେଢବର୍ଷ ଅର୍ଥାତ୍ ୧୮ ମାସ ପୂର୍ବେ ହୋଇଥିଲା । ସେ ତାଙ୍କ ମୃତ୍ୟୁକୁ ସହଜରେ ଗ୍ରହଣ କରିପାରିଲେ ନାହିଁ । ସେଥିଲାଗି ମୃତଦେହକୁ ସତ୍କାର ନ କରି ଫ୍ରିଜ୍ରେ ସାଇତି କରି ରଖିଥିଲେ ।
Comments are closed.