Latest Odisha News

ପିଶାଚ ସାଜିଲା ପୁଅ, ବାପା ମା ଙ୍କୁ କଲା ହତ୍ୟା

ବାଲେଶ୍ଵର: ପିଶାଚ ପାଲଟିଲା ପୁଅ। ବାପାମାଆଙ୍କ ସ୍ନେହକୁ ନବୁଝି ଘଟାଇଲା ନାରକୀୟ କାଣ୍ଡ। ବାପା ମା’ଙ୍କୁ ମାରି ମାଟି ତଳେ ପୋତିଦେଲା ପୁଅ। ବାଲେଶ୍ଵର ସିମୁଳିଆ ଥାନା ଗରସଂଗ ଗାଁରୁ ଆସିଛି ଏଭଳି ଘଟଣା। ଏନେଇ ଖବର ପାଇବା ପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ତେବେ ବାରିପଛପଟୁ ଦୁର୍ଗନ୍ଧ ଆସିବାରୁ ପୋଲିସକୁ ଖବର ଦେଇଥିଲେ ଭଉଣୀ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମାଟି ଖୋଳି ଦୁହିଁଙ୍କ ମୃତଦେହ ଉଦ୍ଧାର କରାଯାଇଛି । ସେପଟେ ଅଭିଯୁକ୍ତ ପୁଅ ଘଟଣାସ୍ଥଳରୁ ଫେରାର ଥିବା ବେଳେ ତାଙ୍କୁ ଧରିବା ପାଇଁ ପୋଳିସର ତନାଘନା ଚାଲିଛି। କେଉଁ ପରିସ୍ଥିତିରେ ଏହି ହତ୍ୟାକାଣ୍ଡ ଘଟିଛି ସେନେଇ ସ୍ପଷ୍ଟ ସୂଚନା ମିଳିପାରି ନାହିଁ।

Leave A Reply

Your email address will not be published.