Latest Odisha News

BREAKING NEWS

Witchcraft Suspicion: ଡାହାଣୀ ସନ୍ଦେହରେ ନିଜ ମାଆକୁ ହାଣି ଦେଲା ପୁଅ

ମୟୂରଭଞ୍ଜ:ଡାହାଣୀ ସନ୍ଦେହରେ ମା’କୁ କଟୁରୀରେ ହାଣି ହତ୍ୟା କଲା ରାକ୍ଷସ ପୁଅ । ମୟୂରଭଞ୍ଜ ଜିଲ୍ଲା ବେତନଟୀ ଥାନା ଭଳିଆଡ଼ିହା ପଞ୍ଚାୟତ କଲରାଫୁଲିଆ ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି । ଅଭିଯୁକ୍ତ ପୁଅ ତପନ ସିଂ(୩୩) ଗିରଫ ହୋଇଛି । ମୃତ ମାଆ ହେଲେ ରାଇମଣି ସିଂ ।

କୁହାଯାଉଛି ଯେ ପୁଅ ତପନ ସିଂଙ୍କ ସ୍ତ୍ରୀ ଗର୍ଭଧାରଣ କରିଥିବା ବେଳେ ଦୁଇ ମାସ ତଳେ ତାଙ୍କ ପିଲା ନଷ୍ଟ ହୋଇ ଯାଇଥିଲା । ଏହି ଘଟଣା ପରେ ତପନ ନିଜ ମାଆ ରାଇମଣି ସିଂ ଉପରେ ସବୁବେଳେ ସନ୍ଦେହ କରୁଥିଲା ଯେ ମାଆ ଡାହାଣୀ ହୋଇ ତା ପିଲାକୁ ନଷ୍ଟ କରି ଦେଇଛି ।

ଖବରମୁତାବକ, କିଛି ଦିନ ପୁର୍ବରୁ ମରୋଡ଼ା ବ୍ଲକ୍ ବେତନଟୀ ଥାନା ଅନ୍ତର୍ଗତ କଲରାଫୁଲିଆ ଗାଁର ତପନର ସ୍ତ୍ରୀ ଗୁରୁବାରୀଙ୍କ ଗର୍ଭରେ ଥିବା ପିଲା କୌଣସି କାରଣରୁ ନଷ୍ଟ ହୋଇଯାଇଥିଲା । ଏହାପରେ ଗୁରୁବାରୀ ରାଗରେ ଯାଇ ନିଜ ବାପା ଘରେ ରହୁଥିଲେ । ତପନ ଓ ତାର ମାଆ ରାଇମଣି ଏକାଠି ଗାଁ ଘରେ ରହୁଥିଲେ । ତେବେ ସ୍ତ୍ରୀ ଗର୍ଭରେ ଥିବା ଶିଶୁ ମୃତ୍ୟୁର କାରଣ ମାଆର ଡାହାଣୀ ପ୍ରକୃତି ପାଇଁ ବୋଲି ଭାବି ନେଇଥିଲା । ଫଳରେ ଆଜି ସକାଳୁ ନିଶାସକ୍ତ ତପନ ଉତ୍ତ୍ୟକ୍ତ ହୋଇ ନିଜ ଜନ୍ମକଲା ମାକୁ କଟୁରୀରେ ହାଣି ଦେଇଥିଲା ।

ପଡୋଶୀ ଚିତ୍କାର ଶୁଣି ଦେଖିବା ବେଳକୁ ମାଆ ଚଟାଣରେ ଟଳି ପଡ଼ିଥିଲା । ଅତ୍ୟଧିକ ରକ୍ତସ୍ରାବ ହେତୁ ବୃଦ୍ଧା ମାଆଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି ।

ପଡୋଶୀ ସଙ୍ଗେସଙ୍ଗେ ପୋଲିସକୁ ଖବର ଦେଇଥିଲେ । ଘଟଣା ସ୍ଥଳରେ ବେତନଟୀ ଥାନା ପୋଲିସ ପହଞ୍ଚି ଅଭିଯୁକ୍ତ ପୁଅକୁ ଗିରଫ କରିବା ସହ ମୃତଦେହକୁ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.