Latest Odisha News

BREAKING NEWS

ମଦର୍ସ ଡେ’ରେ ମା’କୁ ହତ୍ୟା କଲା ପୁଅ

ମାଳକାନଗିରି: ମାତୃତ୍ୱ ଦିବସରେ ମା’କୁ ହତ୍ୟା । ରକ୍ତରେ ଭିଜିଲା ମା’ର ପଣତ କାନି । ପୁଅର ଠେଙ୍ଗାମାଡରେ ସବୁ ଦିନ ପାଇଁ ଆଖିବୁଜିଲା ମାଆ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲର ବଡ଼ବଦଲି ଗାଁରେ ।ମହୁଲ ବିକ୍ରି ବାବଦ ଟଙ୍କା କେଇଟା ନଦେବାରୁ ବାପା ସହ ମିଶି ମା’ କୁ ପିଟି ପିଟି ହତ୍ୟା କରିଛି ପୁଅ । ମୃତ ମହିଳାଙ୍କ ନାଁ ରାମେ ମାଡକାମୀ । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅଭିଯୁକ୍ତ ବାପ ଶୁକୁ ମାଡକାମୀ ଏବଂ ପୁଅ ସମା ମାଡକାମୀକୁ ଗିରଫ କରିଛି ।

ସୂଚନାନୁଯାୟୀ, ଗୋଟିଏ ଦିନ ପୂର୍ବେ ପୁରା ପରିବାର ଜଙ୍ଗଲରୁ ମହୁଲ ଫୁଲ ସଂଗ୍ରହ କରିଥିଲେ । ମହୁଲ ଫୁଲକୁ ୨୭୦୦ ଟଙ୍କାରେ ବିକ୍ରି କରିଥିଲେ । ବିକ୍ରି ଟଙ୍କା ରାମେଙ୍କ ପାଖରେ ରହିଥିଲା । ତେବେ ଏହି ଟଙ୍କାକୁ ଆଜି ଉଭୟ ବାପା ଏବଂ ପୁଅ ମାଗିଥିଲେ । କିନ୍ତୁ ରାମେ ଟଙ୍କା ଦେବାକୁ ମନା କରିବାରୁ ପାଟିତୁଣ୍ଡ ହୋଇଥିଲା । ଏଥିରେ ଉତ୍ୟକ୍ତ ହୋଇ ବାପା-ପୁଅ ମିଶି ଠେଙ୍ଗାରେ ମାଆକୁ ପିଟି ପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି । ପୋଲିସ ହତ୍ୟା ମାମଲା ରୁଜୁ କରି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

Leave A Reply

Your email address will not be published.