Latest Odisha News

BREAKING NEWS

ଏନସିବିକୁ ବଡ ସଫଳତା, ମୁମ୍ବାଇର ସବୁଠାରୁ ବଡ ଡ୍ରଗ ସପ୍ଲାୟର ଫାରୁଖ ବଟାଟାର ପୁଅ ଗିରଫ

ମୁମ୍ବାଇ:ନାର୍କୋଟିକ୍ସ କଂଟ୍ରୋଲ ବୋର୍ଡ(ଏନସିବି)କୁ ଶୁକ୍ରବାର ବଡ ସଫଳତା ହାତ ଲାଗିଛି । ମୁମ୍ବାଇର ସବୁଠାରୁ ବଡ ଡ୍ରଗ ସପ୍ଲାୟର ଫାରୁଖ ବଟାଟାର ପୁଅ ଶାଦବକୁ ଗିରଫ କରିଛି । ଗୁରୁବାର ବିଳମ୍ବିତ ରାତିରେ ଏନସିବି ପକ୍ଷରୁ ଲୋଖଣ୍ଡୱାଲା, ବର୍ସାବା ଓ ମୀରା ରୋଡ ଅଂଚଳରେ ଏକାବେଳେ ଚଢ଼ାଉ କରାଯାଇଥିଲା । ଏଥିରେ ଶାଦବ ଫସି ଯାଇଥିଲା ଏବଂ ବ୍ୟୁରୋ ହାତରେ ଧରାପଡିଥିଲା । ତାଙ୍କ ନିକଟରୁ ୨ କୋଟି ମୂଲ୍ୟର ଡ୍ରଗ୍ସ, ଲକ୍ସରୀ କାର ଓ କ୍ୟାଶ କାଉଟିଂ ମେସିନ ଜବତ ହୋଇଛି ।

ଫାରୁଖ ବଟାଟା ଏବଂ ତାଙ୍କ ପୁଅ ଏମଡି, ଏମଡିଏମଏ, ଏଲଏସଡି, ଗଞ୍ଜେଇ, ବଡ, କୋକେନ ପ୍ରଭୃତି ଚୋରା କାରୋବାର କରିଥାନ୍ତି । ଫାରୁଖର ଦୁଇ ପୁଅ ଶାଦବ ଓ ସୈଫ ମୁମ୍ବାଇର ସେଲିବ୍ରେଟିଜଙ୍କୁ ଡ୍ରଗ୍ସ ଯୋଗାଉଥିଲେ । ଫେବୃୟାରୀ ୭ରେ ଚିଙ୍କୁ ପଠାନ ନାମକ ଆଉ ଏକ ଡ୍ରଗ୍ସ କାରୋବାରୀ ଗିରଫ ହୋଇଥିଲା । ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ କେସରେ ମଧ୍ୟ ବଟାଟା ନାମ ଉଠିଥିଲା । ରାସ୍ତା କଡରେ ଆଳୁ ବିକ୍ରୀ କରୁଥିବାରୁ ଏହି ଡ୍ରଗ୍ସ ବ୍ୟାପାରୀକୁ ଫାରୁଖ ବଟାଟା ନାମ ଦିଆଯାଇଛି ।

Leave A Reply

Your email address will not be published.