Latest Odisha News

ଲିଗାଲ୍‌ ନୋଟିସ୍‌ ଦେଇ ହୁମାଙ୍କୁ ସୋନାକ୍ଷୀଙ୍କ ଧମକ; କହିଲେ…

ନୂଆଦିଲ୍ଲୀ: ଅଭିନେତ୍ରୀ ହୁମା କୁରେଶୀଙ୍କୁ ଏକ ଆଇନଗତ ନୋଟିସ ପଠାଇବାକୁ ସୋନାକ୍ଷୀ ସିହ୍ନା ଧମକ ଦେଇଛନ୍ତି। ସେ ତାଙ୍କ ଇନଷ୍ଟାଗ୍ରାମରେ ଏକ ଫଟୋ ପୋଷ୍ଟ କରି ଲେଖିଛନ୍ତି ଯେ ହୁମା ତାଙ୍କ ଫଟୋ ପୋଷ୍ଟ କରିବା ବନ୍ଦ କରିବା ଉଚିତ୍।

କେବଳ ଏତିକି ନୁହେଁ ହୁମା ତାଙ୍କ ଆକାଉଣ୍ଟରେ ଏହି ଫଟୋ ସେୟାର କରିଥିବାବେଳେ ସୋନାକ୍ଷୀ ମଧ୍ୟ ସେଠାରେ ମନ୍ତବ୍ୟ ମଧ୍ୟ ଦେଇଛନ୍ତି। ବିନା ଅନୁମତିରେ ହୁମା କାହିଁକି ତାଙ୍କ ଛବି ପୋଷ୍ଟ କରିଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି। ଯଦିଓ ସୋନାକ୍ଷୀ ଏସବୁକୁ ଥଟ୍ଟା କରି କହିଛନ୍ତି କିନ୍ତୁ ଫଟୋ ଦେଖି ଆପଣ ମଧ୍ୟ ଦ୍ୱନ୍ଦ୍ୱରେ ପଡ଼ିବେ।

ସୋନାକ୍ଷୀ ସିହ୍ନାଙ୍କ ଇନଷ୍ଟାଗ୍ରାମ ପୋଷ୍ଟକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ସେ ଏକ ଫଟୋ ସହିତ ଲେଖିଛନ୍ତି ଯେ ପ୍ରଶଂସା ପାଇବା ପାଇଁ ମୋର ଫଟୋକୁ ନିଜ ଫଟୋ କରି ପୋଷ୍ଟ କରନ୍ତୁ ନାହିଁ। ମୁଁ ତୁମକୁ ଏକ ଲିଗାଲ୍‌ ନୋଟିସ୍ ପଠାଉଛି। ଏହି ଫଟୋ ହୁମାଙ୍କ ଆକାଉଣ୍ଟରେ ସେୟାର କରାଯାଇଛି। ସୋନାକ୍ଷୀ ଏହା ଉପରେ ମନ୍ତବ୍ୟ ଦେଇଛନ୍ତି ଯେ, ତୁମେ ମୋ ଅନୁମତି ବିନା ମୋ ଫଟୋ କିପରି ପୋଷ୍ଟ କରୁଛ?

Comments are closed.