Latest Odisha News

୯୦ ଦଶକ ବଲିଉଡର ରହସ୍ୟ ଉଜାଗର କଲେ ସୋନାଲୀ ବେନ୍ଦ୍ରେ

ମୁମ୍ବାଇ: ୯୦ ଦଶକରେ ବଲିଉଡ ଅଭିନେତ୍ରୀ ସୋନାଲୀ ବେନ୍ଦ୍ରେ ବେଶ ଲୋକପ୍ରିୟତା ହାସଲ କରିଥିଲେ । ସେ ତାଙ୍କ କ୍ୟାରିୟରରେ ଅନେକ ହିଟ ଫିଲ୍ମ ଦେଇଛନ୍ତି । ଏବେ ସେ ୱେବ ସିରିଜ ଦି ବ୍ରୋକେନ ନ୍ୟୁଜ ଦ୍ୱିତୀୟ ସିଜନକୁ ନେଇ ଚର୍ଚ୍ଚାରେ ରହିଛନ୍ତି । ଏହି ଅବସରରେ ୯୦ ଦଶକରେ କିପରି ନିର୍ମାତାମାନେ ଅଭିନେତ୍ରୀଙ୍କୁ ନେଇ ମିଥ୍ୟା ପ୍ରଚାର କରୁଥିଲେ ତାର ଖୁଲାସା କରିଛନ୍ତି । ଫିଲ୍ମକୁ ହିଟ କରିବା ପାଇଁ ନିର୍ମାତାମାନେ ହୀରୋ ସହ ସମ୍ପର୍କକୁ ନେଇ ଉଦ୍ଦେଶ୍ୟମୂଳକ ଭାବେ ଗୁଜବ ସୃଷ୍ଟି କରୁଥିଲେ । ଏହାର ଫାଇଦା ସେମାନେ ନେଉଥିଲେ ମାତ୍ର ହୀରୋଇନ ବଦନାମ ହେଉଥିଲେ ।

ମୁଁ ପତଳା ଥିବାରୁ ମୋତେ ମୋଟୀ ହେବା ପାଇଁ ସେମାନେ ବାଧ୍ୟ କରୁଥିଲେ । ସେ ସମୟରେ ମୋଟୀ ଓ କୁଂଚୁକୁଂଚିଆ ଚୁଟି ଥିବା ଅଭିନେତ୍ରୀଙ୍କ ଚାହିଦା ଥିଲା । ମୁଁ ଏହାର ବୀପରିତ ଥିଲେ । ଏଥିପାଇଁ ବି ମୋତେ ଅନେକ ଫିଲ୍ମ ହାତଛଡା କରିବାକୁ ପଡିଛି । ସୋନାଲୀ ଦିଲଜଲେ,ସରଫରୋଶ ଓ ମେଜର ସାବକୁ ନେଇ ବେଶ ଚର୍ଚ୍ଚିତ ଥିଲେ । ଏବେ ଦି ବ୍ରୋକେନ ନ୍ୟୁଜରେ ତାଙ୍କ ଅଭିନୟକୁ ବେଶ ପ୍ରଶଂସା କରାଯାଉଛି ।

Comments are closed.