Latest Odisha News

BREAKING NEWS

କିଏ କହିଲେ ଦିଦି ତୁମ ବିନା ବଂଚିପାରିବି ନାହିଁ

କୋଲକତା: ଟିଏମସି ଛାଡି ବିଜେପିରେ ଯୋଗ ଦେଇଥିବା ଭୁଲ ନିଷ୍ପତି ଥିଲା ବୋଲି ସୋନାଲି ଗୁହା କହିଛନ୍ତି । ପୁନର୍ବାର ଟିଏମସିକୁ ଫେରାଇ ନେବା ପାଇଁ ସେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଚିଠି ଲେଖିଛନ୍ତି । ଏଥିରେ ସେ ଭାବ ପ୍ରବଣ ହୋଇ ଲେଖିଛନ୍ତି ଭୁଲ ବଶତଃ ବିଜେପିରେ ଯୋଗ ଦେଇଥିଲି । ସେଠାରେ ମୁଁ ଚଳି ପାରୁ ନାହିଁ । ଯେପରି ମାଛ ପାଣିରୁ ଦୂରେଇ ରହି ପାରିବ ନାହିଁ ମୋ ଅବସ୍ଥା ସେଭଳି । ଦିଦି ତୁମ ବିନା ମୁଁ ବଂଚିପାରିବି ନାହିଁ ବୋଲି ସେ ଲେଖିଛନ୍ତି । ମୋର ବାକି ତକ ଜୀବନ ତୁମ ପାଖରେ କଟାଇବାକୁ ଚାହୁଁଛି ।

ଚିଠିରେ ଜବାବ ନ ମିଳିଲେ ମୁଁ ଆସନ୍ତା ସପ୍ତାହରେ ତାଙ୍କୁ ଭେଟିବାକୁ ଯିବି ବୋଲି ସୋନାଲି କହିଛନ୍ତି । ବିଜେପି ମୋତେ ଦିଦିଙ୍କ ବିରୋଧରେ ବ୍ୟବହାର କରିବାକୁ ଚାହୁଁଥିଲା ବୋଲି ସେ ଗୁରୁତର ଅଭିଯୋଗ ଆଣିଛନ୍ତି ।

Leave A Reply

Your email address will not be published.