Latest Odisha News

BREAKING NEWS

ସୋନାଲୀ ଫୋଗଟ ମର୍ଡର କେସ: ଦୋଷ ମାନିଲେ ସୁଧୀର ସାଙ୍ଗୱାନ

ପାଣାଜୀ: ବିଜେପି ନେତ୍ରୀ ତଥା ଟିକଟକ ଷ୍ଟାର ସୋନାଲୀ ଫୋଗଟ ମର୍ଡର କେସର ବଡ ଅପଡେଟ ଆସିଛି । ଏବିପି ଲାଇଭ ଓ ନବଭାରତ ଟାଇମ୍ସରେ ପ୍ରକାଶିତ ଖବର ଅନୁସାରେ ଫୋଗଟଙ୍କ ପିଏ ସୁଧୀର ସାଙ୍ଗୱାନ ଦୋଷ ସ୍ୱୀକାର କରଥିବା ଗୋଆ ପୋଲିସ ପକ୍ଷରୁ କୁହାଯାଇଛି । ବିଭିନ୍ନ ଗଣମାଧ୍ୟମରେ ସିସିଟିଭି ଫୁଟେଜରେ ସୋନାଲୀଙ୍କୁ ଏକପ୍ରକାର ଅଚେତ ଅବସ୍ଥାରେ ସୁଧୀର ନେଉଥିବା ଦେଖିବାକୁ ମିଳିଛି । ତେବେ ଏହାର ସତ୍ୟତା ନେଇ ଓଡିଶା ସମ୍ବାଦ ପକ୍ଷରୁ କୌଣସି ଦାବୀ କରାଯାଉ ନାହିଁ । ସୁଧୀର ଓ ସୁଖୱିନ୍ଦର ସିଂଙ୍କୁ ଶୁକ୍ରବାର ଗିରଫ କରାଯାଇଥିଲା । ପୋଲିସ ମହାନୀରିକ୍ଷକ ଓମବୀର ସିଂ ବିଶ୍ନୋଇ ପକ୍ଷରୁ ଜାରୀ କରାଯାଇଥିବା ବୟାନରେ କୁହାଯାଇଛି ସୋନାଲୀଙ୍କୁ ଗୋଆ ନେବା ପରେ ସେମାନେ ନିକଟସ୍ଥ କର୍ଲି ରେଷ୍ଟୁରାଂଟକୁ ନେଇ ଯାଇଥିଲେ । ସେଠାରେ ଚାଲିଥିବା ପାର୍ଟି ଅବସରରେ ଏହି ଦୁଇ ଜଣ ତାଙ୍କ ପାନୀୟରେ ନିଶା ଦ୍ରବ୍ୟ ମିଶାଇ ଦେଇଥିଲେ । ଏହା ପରେ ସୋନାଲୀ ଅସୁସ୍ଥ ଅନୁଭବ କରିବା ସହ ଏକ ପ୍ରକାର ସଜ୍ଞାହୀନ ହୋଇଯାଇଥିଲେ । ସୋନାଲୀଙ୍କୁ ପ୍ରଥମେ ସେମାନେ ହୋଟେଲ ଏବଂ ପରେ ସେଂଟ ଆଟୋଂନୀ ଡାକ୍ତରଖାନାକୁ ନେଇଥିଲେ । ସେଠାରେ ଡାକ୍ତର ଫୋଗଟଙ୍କୁ ମୃତ ଘୋଷିତ କରିଥିଲେ ।

ସୋନାଲୀଙ୍କ ସମ୍ପତି ଏବଂ ରାଜନୈତିକ କ୍ୟାରିୟର ଶେଷ କରିବା ପାଇଁ ସୁଧୀର ଓ ସୁଖୱିନ୍ଦର ଏହି ଷଡଯନ୍ତ୍ର ରଚିଥିଲେ ବୋଲି ତାଙ୍କ ଭାଇ ରିଙ୍କୁ ଫୋଗଟ ଅଭିଯୋଗ କରିଥିଲେ । ଯାଂଚ ଅଧିକାରୀ ସମ୍ପୂର୍ଣ୍ଣ ମାମଲାର ସମସ୍ତ ଦିଗ ନେଇ ତଦନ୍ତ ଚଳାଇଛନ୍ତି ବୋଲି ବିଶ୍ନୋଇ କହିଛନ୍ତି ।

Comments are closed.