Latest Odisha News

BREAKING NEWS

ସୋନମ କପୁରଙ୍କ ପାଇଁ ବେଡ୍‌ରୁମ୍‌ରେ ସ୍ୱାମୀଙ୍କ କଡା ନିୟମ, ଜାଣନ୍ତୁ କ’ଣ

ମୁମ୍ବାଇ: ବଲିଉଡର ଅଭିନେତ୍ରୀ ସୋନମ କପୁର ନିଜ ଗ୍ଲାମରସ୍ ଲୁକ୍ ସବୁ ବେଳେ ଚର୍ଚ୍ଚାରେ ରହି ଆସିଛନ୍ତି । ତେବେ ଜଣେ ଅଭିନେତ୍ରୀ ହୋଇଥିଲେ ମଧ୍ୟ ତାଙ୍କ ପାଇଁ ବି ରହିଛି କିଛି କଡା ନିୟମ । ଆଉ ଏହି ନିୟମ ଲାଗୁ କରିଛନ୍ତି ଖୋଦ୍ ତାଙ୍କ ସ୍ୱାମୀ ଆନନ୍ଦ ଆହୁଜା ।

ଏକ ସାକ୍ଷତକାରରେ ସୋନମ କହିଛନ୍ତି ଯେ, ଆନନ୍ଦ ମୋ ପାଇଁ ଓ ନିଜ ପାଇଁ କଡ଼ା ବେଡରୁମ୍ ନିୟମ କରିଛନ୍ତି। ଶୋଇବା ସମୟରେ କେହି ମୋବାଇଲ୍ ବ୍ୟବହାର କରିବେ ନାହିଁ। ଏତିକି ନୁହେଁ ବେଡରୁମରେ ମୋବାଇଲ ଚାର୍ଜରେ ମଧ୍ୟ ବସିବ ନାହିଁ। ଯଦି ଚାର୍ଜ କରିବା ଆବଶ୍ୟକ ତେବେ ଶୋଇବା ପୂର୍ବରୁ ବାଥରୁମ୍ ନଚେତ୍ ହଲରେ ଚାର୍ଜ ବସାଇବାକୁ ହେବ।

ସାମାଜିକ ଗଣମାଧ୍ୟମରେ ବେଶ୍ ସକ୍ରିୟ ରହନ୍ତି ସୋନମ୍ କପୁର। ରାତିରେ ଶୋଇବା ବେଳେ ମୋବାଇଲରେ ଜଡ଼ିତ ରହିଲେ ନିଦରେ ପ୍ରଭାବ ପଡ଼ିବା ସହ ସ୍ବାସ୍ଥ୍ୟ ଉପରେ ମଧ୍ୟ ସମସ୍ୟା ସୃଷ୍ଟି କରିବ। ଏ କଥାକୁ ଆନନ୍ଦ ବୋଧେ ବୁଝିପାରିଛନ୍ତି । ସେଥିପାଇଁ ସେ ଏଭଳି ନିୟମ ନିଜ ପାଇଁ ଓ ସୋନମଙ୍କ ପାଇଁ ଲାଗୁ କରିଛନ୍ତି। ଆନନ୍ଦ ଏ ଉପଦେଶ ଅନ୍ୟ ସମସ୍ତଙ୍କୁ ମଧ୍ୟ ପାଳନ କରିବାକୁ ପରାମର୍ଶ ଦେଇଛନ୍ତି।

Leave A Reply

Your email address will not be published.