Latest Odisha News

BREAKING NEWS

ମୋ ଭାଗ୍ୟଭଲ; ବଲିଉଡରେ ବାହାହୋଇନି!

ମୁମ୍ବାଇ: ବଲିଉଡ ଆଉ ବାହାଘରକୁ ନେଇ ସବୁବେଳେ ଚର୍ଚ୍ଚା। କିଏ କାହା ସହ ଡେଟିଂରେ ଅଛି। କିଏ ଲିଭ୍ ଇନରେ ରହୁଛି, କାହା ସମ୍ପର୍କ ଠିକ୍ ଠାକ୍ ନାହିଁ; ଆଉ କାହାର ବିବାହ ବିଚ୍ଛେଦ ହେଉଛି। ଏବେ ଅମୀର ଖାନ-କିରଣ ରାଓଙ୍କ ବିଚ୍ଛେଦ ଖବର ଚର୍ଚ୍ଚାରେ ଥିବା ବେଳେ ବାହାଘରକୁ ନେଇ ଅନୀଲ କାପୁରଙ୍କ ଝିଅ ତଥା ବଲିଉଡ୍ ନାୟିକା ସୋନମଙ୍କ ମନ୍ତବ୍ୟ ବେଶ୍ ଚର୍ଚ୍ଚାରେ। ସୋନମ କହିଛନ୍ତି, ‘ ଭଗବାନଙ୍କୁ ଧନ୍ୟବାଦ; ବଲିଉଡରେ ବାହାହୋଇନାହିଁ’। ଏକ ମାଗାଜିନକୁ ସାକ୍ଷାତକାରରେ ସେ କହିଛନ୍ତି, ବଲିଉଡରେ ବାହା ହୋଇଥିଲେ ତାଙ୍କ ଦୁନିଆ ସୀମିତ ହୋଇଯାଇଥାନ୍ତା। ଉଭୟ ନିଜ ନିଜ ସୁଟିଂରେ ବ୍ୟସ୍ତ ରହିଥାନ୍ତେ, ପରସ୍ପରକୁ ସମୟ ଦେଇପାରି ନ ଥାନ୍ତେ। ସୋନମ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ସେ ଆନନ୍ଦଙ୍କୁ ବାହାହୋଇଥିବାରୁ ବହୁତ ଭାଗ୍ୟବାନ ମନେକରୁଛନ୍ତି। ଆନନ୍ଦ ଓ ତାଙ୍କ ମାନସିକତା ଏକାପ୍ରକାର। ଏହାଛଡ଼ା ଆନନ୍ଦ ସବୁବେଳେ ନାରୀବାଦକୁ ଗୁରୁତ୍ଵ ଦିଅନ୍ତି ଓ ସମ୍ମାନ ଦିଅନ୍ତି।

ସୋନମ ୨୦୧୮ରେ ବ୍ୟବସାୟୀ ଆନନ୍ଦ ଆହୁଜାଙ୍କୁ ବିବାହ କରିଥିଲେ। ସାଓ୍ଵରିଆଁ ଫିଲ୍ମରୁ କ୍ୟାରିଅର ଆରମ୍ଭ କରିଥିବା ସୋନମ ଏବେ ଏକ ଆକ୍ସନ ଥ୍ରିଲର ଫିଲ୍ମ ‘ବ୍ଲାଇଣ୍ଡ’ରେ କାମ କରୁଛନ୍ତି।

Leave A Reply

Your email address will not be published.