Latest Odisha News

BREAKING NEWS

ରୋମାଣ୍ଟିକ୍ ଫଟୋ ସେୟାର କରି ସ୍ୱାମୀଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଲେ ସୋନମ

ମୁମ୍ବାଇ: ରୋମାଣ୍ଟିକ୍ ଫଟୋ ସେୟାର କରି ସ୍ୱାମୀଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଲେ ବଲିଉଡ ଅଭିନେତ୍ରୀ ସୋନମ କପୁର । ଶନିବାର ସୋନମ ତାଙ୍କ ପତି ଆନନ୍ଦ ଆହୁଜାଙ୍କ ଜନ୍ମଦିନ ପାଳନ କରିଛନ୍ତି । ସେ ସୋସିଆଲ ମିଡିଆରେ ଆନନ୍ଦଙ୍କ ସହ କିଛି ରୋମାଣ୍ଟିକ୍ ଫଟୋ ସେୟାର କରିି ଶୁଭେଚ୍ଛା ଜଣାଇଛନ୍ତି ।

ସୋନମ ଇନଷ୍ଟାଗ୍ରାମରେ ଫଟୋ ସେୟାର କରି କ୍ୟାପସନରେ ଲେଖିଛନ୍ତି, ଡିୟର ଆନନ୍ଦ, ଗୋଟିଏ ବର୍ଷ ପୁଣି ସୂର୍ଯ୍ୟ ଚାରିପଟେ, ଏଥର ତୁମର ସୁନ୍ଦର ପୁଅ ସହିତ … ଆମେ ତୁମକୁ ଦୁନିଆର ଯେ କୌଣସି ଜିନିଷ ଅପେକ୍ଷା ଅଧିକ ଭଲପାଉ । ତୁମେ ଶାରୀରିକ, ମାନସିକ, ଭାବପ୍ରବଣ ଏବଂ ଆଧ୍ୟାତ୍ମିକ ଭାବରେ ନିଜକୁ ଉନ୍ନତ କରିବା ପାଇଁ କେତେ ପରିଶ୍ରମ କରୁଛ ତାହା କେହି ଜାଣନ୍ତି ନାହିଁ । ଜୀବନରେ ସଫଳ ହୁଅ । କାରଣ ତୁମେ ସବୁକିଛି ପାଇବାକୁ ଯୋଗ୍ୟ ।

ଫଟୋରେ ସୋନମଙ୍କ ସହ ଆନନ୍ଦ ଚୁମ୍ବନ କରୁଥିବା ଦେଖିବାକୁ ମିଳିଥିବା ବେଳେ ପୁଣି ପୁଅ ବାୟୁ ସହିତ ବି ଖେଳୁଥିବା ଦେଖାଯାଇଛି । ବିବାହ ସମୟର କିଛି ଫଟୋ ବି ଏଥିରେ ସେୟାର କରିଛନ୍ତି ସୋନମ ।

Comments are closed.