Latest Odisha News

ମହିଳା ରେସଲିଂ: ସୋନମ, ଅଂଶୁଙ୍କୁ ଟୋକିଓ ଅଲିମ୍ପିକ ଯୋଗ୍ୟତା, ସାକ୍ଷୀଙ୍କ ଆଶା ଧୂଳିସାତ୍‌

ନୂଆଦିଲ୍ଲୀ: ଭାରତର ମହିଳା ରେସଲର ସୋନମ ମଲିକ ଓ ଅଂଶୁ ମଲିକ ଟୋକିଓ ଅଲିମ୍ପିକ ଯୋଗ୍ୟତା ହାସଲ କରିଛନ୍ତି । ତେବେ ରିଓ ଅଲିମ୍ପିକ୍ସ ବ୍ରୋଞ୍ଜ ପଦକ ବିଜେତା ସାକ୍ଷୀ ମଲିକ ଯୋଗ୍ୟତା ହାସଲ କରିପାରି ନାହାନ୍ତି । କାଜକସ୍ତାନରେ ଚାଲିଥିବା ଏସିଆନ୍ ଅଲିମ୍ପିକ କ୍ୱାଲିଫିକେଶନର ୬୨ କିଗ୍ରା ବିଭାଗର ଫାଇନାଲରେ ସୋନମ ପ୍ରବେଶ କରି ଏହି ସଫଳତା ହାସଲ କରିଛନ୍ତି । ସେହିପରି ୫୭ କିଗ୍ରାରେ ଅଂଶୁ ଅଲିମ୍ପିକ କୋଟା ହାସଲ କରିଛନ୍ତି । ସୋନମ ୨ ବର୍ଷ ମଧ୍ୟରେ ୪ଥର ସାକ୍ଷୀଙ୍କୁ ପରାସ୍ତ କରିଛନ୍ତି । ଯୋଗ୍ୟତା ପର୍ଯ୍ୟାୟ ପୂର୍ବରୁ ମଧ୍ୟ ସାକ୍ଷୀଙ୍କୁ ସୋନମ ହରାଇଥିଲେ ।

ଟୋକିଓ ଅଲିମ୍ପିକ୍ସ ପାଇଁ ଭାରତ ୬ଜଣ ଏ ପର୍ଯ୍ୟନ୍ତ କୋଟା ହାସଲ କରିଛନ୍ତି । ଉପରୋକ୍ତ ୨ଜଣଙ୍କ ବ୍ୟତୀତ ବିନେଶ ଫୋଗଟ ମହିଳା ବିଭାଗରେ ଏବଂ ପୁରୁଷ ବିଭାଗରେ ରବି କୁମାର ଦାହିୟା, ବଜରଙ୍ଗ ପୁନିଆ ଓ ଦୀପକ ପୁନିଆ ଯୋଗ୍ୟତା ହାସଲ କରିଛନ୍ତି ।

Comments are closed.