Latest Odisha News

BREAKING NEWS

କରୋନା କବଳରେ ସୋନିଆ

ନୂଆଦିଲ୍ଲୀ: କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ କରୋନା ସଂକ୍ରମିତ ହୋଇଛନ୍ତି । ନ୍ୟାଶନାଲ ହେରାଲ୍ଡ ମାମଲାରେ ଇଡି ତାଙ୍କୁ ଜୁନ ୮ରେ ଜେରା କରିବା ପାଇଁ ଡକାଇଛି । ସୋନିଆ ଏବେ କିଛି ଦିନ ହେବ କେତେକ ଦଳୀୟ ନେତାଙ୍କୁ ଭେଟିଥିଲେ । ଏହା ପରେ ସେ ଅସୁସ୍ଥ ହୋଇ ପଡିଥିଲେ । କୋଭିଡ ଟେଷ୍ଟ କରାଯିବା ପରେ ତାଙ୍କ ରିପୋର୍ଟ ପଜିଟିଭ ଆସିଥିଲା । ତେବେ ସେ ସୁସ୍ଥ ଅଛନ୍ତି ବୋଲି କଂଗ୍ରେସ ମୁଖପାତ୍ର ରଣଦୀପ ସୁରେଜୱାଲା କହିଛନ୍ତି ।

ସୋନିଆଙ୍କ ସଂସ୍ପର୍ଶରେ ଆସିଥିବା ନେତା ଏବଂ କର୍ମୀମାନଙ୍କୁ କୋଭିଡ ଟେଷ୍ଟ କରାଇନେବା ପାଇଁ ପରାମର୍ଶ ଦିଆଯାଇଛି । ଏମାନଙ୍କ ମଧ୍ୟରୁ କେତେଜଣଙ୍କ ରିପୋର୍ଟ ପଜିଟିଭ ଆସିସାରିଛି । ସୋନିଆ ଏବେ ଆଇସୋଲେଶନରେ ରହିଛନ୍ତି । ଆଉ ୨/୩ ଦିନ ପରେ ସମ୍ପୂର୍ଣ୍ଣ ସୁସ୍ଥ ହେଲେ ଇଡି ନିକଟରେ ହାଜର ହେବେ ବୋଲି ରଣଦୀପ ସୂଚନା ଦେଇଛନ୍ତି ।

Comments are closed.