Latest Odisha News

BREAKING NEWS

ଲୋକସଭାରେ ସୋନିଆଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ସୋନିଆଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଲେ ପ୍ରଧାନମନ୍ତ୍ରୀ ମୋଦୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ସଂସଦର ମୌସୁମୀ ଅଧିବେଶନର ପ୍ରଥମ ଦିନରେ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଲେ। ଏହାର ଜବାବରେ ସୋନିଆ ଗାନ୍ଧୀ କହିଥିଲେ, ‘ମୋର ଅବସ୍ଥା ଭଲ ଅଛି, କିନ୍ତୁ ମଣିପୁର ଅବସ୍ଥା ଭଲ ନୁହେଁ।’ ଅଧିବେଶନ ଆରମ୍ଭ ହେବା ପୂର୍ବରୁ ଲୋକସଭାରେ ଉଭୟଙ୍କ ମଧ୍ୟରେ ଚାଲିଥିଲା ବାର୍ତ୍ତାଳାପ। ସୋନିଆ କହିଛନ୍ତି ଯେ ମଣିପୁରର ମହିଳାମାନଙ୍କ ପାଇଁ ଚିନ୍ତିତ ଏବଂ ଏହା ଗୃହରେ ଆଲୋଚନା ହେବା ଉଚିତ୍।

ପ୍ରଧାନମନ୍ତ୍ରୀ ଏବଂ ସୋନିଆ ଗାନ୍ଧୀଙ୍କ ମଧ୍ୟରେ ହୋଇଥିବା ଏହି ଆଲୋଚନା ସମ୍ପର୍କରେ କଂଗ୍ରେସ ସାଂସଦ ଅଧିର ରଞ୍ଜନ ଚୌଧୁରୀ କହିଛନ୍ତି ଯେ ଏହା ଏକ ପାରମ୍ପାରିକ ସାକ୍ଷାତ। ଅଧିବେଶନର ପ୍ରଥମ ଦିନରେ ପ୍ରଧାନମନ୍ତ୍ରୀ ସମସ୍ତ ସାଂସଦଙ୍କ ଅବସ୍ଥା ସମ୍ପର୍କରେ ପଚାରି ବୁଝିଛନ୍ତି। ଗୃହରେ ମଣିପୁର ବିଷୟରେ ଆଲୋଚନା କରିବାକୁ ସୋନିଆ ଗାନ୍ଧୀ ପ୍ରଧାନମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି ବୋଲି ଅଧିର ରଞ୍ଜନ ଚୌଧୁରୀ କହିଛନ୍ତି।

ମଣିପୁର ହିଂସା ଉପରେ ବିରୋଧୀମାନେ ଲଗାତାର ଆଲୋଚନା କରିବାକୁ ଦାବି କରୁଥିଲେ। ଆଜି ଏହି ପ୍ରସଙ୍ଗରେ ଗୃହରେ ଉତ୍ତେଜନା ଦେଖାଦେଇଥିଲା। ବିରୋଧୀ ସାଂସଦମାନେ ସରକାରଙ୍କ ବିରୋଧରେ ସ୍ଲୋଗାନ ଦେଇଥିଲେ। ଅନ୍ୟପଟେ ଏନେଇ କଂଗ୍ରେସ ସାଂସଦ କହିଛନ୍ତି ଯେ ଯେତେବେଳେ ଆମେ ତାଙ୍କୁ ମଣିପୁର ବିଷୟରେ ପଚାରିଲୁ, ସେ ରାଜସ୍ଥାନ ବିଷୟରେ କହିବା ଆରମ୍ଭ କରିଥିଲେ। ମଣିପୁର ହିଂସା ସମ୍ପର୍କରେ ସୋନିଆ ଗାନ୍ଧୀ ଏକ ଭିଡିଓ ଜାରି କରି କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ ପଚାରିଥିଲେ। ଗତ ମାସରେ ଏକ ଭିଡିଓ ବାର୍ତ୍ତାରେ ସେ ହିଂସା ପ୍ରଭାବିତ ମଣିପୁରରେ ଶାନ୍ତି ପାଇଁ ନିବେଦନ କରିଥିଲେ। ଏଥି ସହ ସେ କହିଥିଲେ ଯେ ଅଦୃଶ୍ୟ ହିଂସା ରାଜ୍ୟବାସୀଙ୍କ ଜୀବନକୁ ନଷ୍ଟ କରିଦେଇଛି ଯାହା ଦେଶର ବିବେକ ଉପରେ ଗଭୀର କ୍ଷତ ସୃଷ୍ଟି କରିଛି। ମଣିପୁର ହିଂସା ଉପରେ ଆଲୋଚନା କରିବାକୁ ଦାବି କରି ଆଜି ସଂସଦରେ ବହୁ ଅସନ୍ତୋଷ ଦେଖାଦେଇଥିଲା।

Leave A Reply

Your email address will not be published.