Latest Odisha News

BREAKING NEWS

ସୋନିଆ ଗାନ୍ଧୀଙ୍କ ମା’ ପାଓଲା ମାଇନୋଙ୍କ ପରଲୋକ

ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ

ଇଟାଲୀରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ମା’ ପାଓଲା ମାଇନୋଙ୍କ ପରଲୋକ ଘଟିଛି ।  ସୋନିଆଙ୍କ ମା’ ଦୀର୍ଘଦିନ ହେଲା ଅସୁସ୍ଥ ଥିବାବେଳେ ସୋନିଆ ଗାନ୍ଧୀ ମଧ୍ୟ  ଚିକିତ୍ସା ପାଇଁ ବିଦେଶ ଗସ୍ତରେ ଅଛନ୍ତି । ତେବେ ଚିକିତ୍ସା ପରେ ସୋନିଆ ଗାନ୍ଧୀ ଏବଂ  ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଇଟାଲୀ ଯାଇପାରନ୍ତି । ସୋନିଆ ଗାନ୍ଧୀଙ୍କ ମା ଙ୍କର ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଦୁଃଖ ପ୍ରକାଶ କରିଛନ୍ତି ।

ଗତ ଅଗଷ୍ଟ ୨୭ ତାରିଖରେ ପାଓଲା ମାଇନୋଙ୍କ ଦେହାନ୍ତ  ହୋଇଥିଲା ।  ମଙ୍ଗଳବାର ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିବା ଜଣାପଡିଛି। ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶ ସୋନିଆ ଗାନ୍ଧିଙ୍କ ମା’ ଙ୍କର ଦେହାନ୍ତ ହୋଇଥିବା ଟୁଇଟ କରି ସୂଚନା ଦେଇଛନ୍ତି । ସେ କହିଛନ୍ତି, ‘ସୋନିଆ ଗାନ୍ଧିଙ୍କ ମା’ ପାଓଲା ମାଇନୋଙ୍କ ପରଲୋକ ଘଟିଛି । ନିଜ ବାସଭବନରେ ସେ ଗତ ଅଗଷ୍ଟ ୨୭ ତାରିଖରେ ପରଲୋକ ଗମନ କରିଛନ୍ତି ।

Comments are closed.